ଆରମ୍ଭ ହେବ ଡିଏଲ୍ ଟେଷ୍ଟ; ଜାଣନ୍ତୁ କେବେଠୁ

ଭୁବନେଶ୍ୱର : କରୋନା ପାଇଁ ବନ୍ଦ ରହିଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପୁନର୍ବାର ଆରମ୍ଭ ହେବାକୁ ଯାଉଛି । ଶୁକ୍ରବାର ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ଠାରୁ ଡିଏଲ୍ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି । ଶନିବାର ଠାରୁ ଗାଇଡ୍ ଲାଇନ୍ ମୁତାବକ ଡିଏଲ୍ ଟେଷ୍ଟ କରାଯିବ ବୋଲି ଜଣାପଡିଛି । ତେବେ ଡିଏଲ ଟେଷ୍ଟର ସୁଯୋଗ କେବଳ ପୁରୁଣା ଆବେଦନକାରୀଙ୍କୁ ମିଳିବ । ନୂତନ ଆବେଦନକାରୀଙ୍କୁ ଡିଏଲ୍ ଟେଷ୍ଟର ସୁଯୋଗ ମିଳିବ ନାହିଁ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି । କ୍ୟାଟେଗୋରୀ ଏରେ ରହିଥିବା ୨୦ ଜିଲ୍ଲାରେ ଜୁନ୍ ୨୨ରୁ ସ୍କିଲ ଟେଷ୍ଟ ଆରମ୍ଭ ହୋଇଥିବା ବେଳେ କ୍ୟାଟେଗୋରୀ ବିରେ ଥିବା ୧୦ ଜିଲ୍ଲାରେ ଜୁଲାଇ ୧୩ରୁ ଟେଷ୍ଟିଂ ଆରମ୍ଭ କରାଯିବ । ପୁରୀରେ ୧୪ ତାରିଖରୁ ଟେଷ୍ଟ ଆରମ୍ଭ କରାଯିବ । ନୂତନ ଲର୍ଣ୍ଣିଂ ଲାଇସେନ୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ଆବେଦନ ନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *