+୩ ରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲା ପାଇଁ ଗୌରବ ରଚିଲେ ଅମୃତ

ଢେଙ୍କାନାଳ : ଆଜି ପ୍ରକାଶ ପାଇଲା +୩ ପରୀକ୍ଷା ଫଳ । ଜିଲ୍ଲାପାଇଁ ଗୌରବ ଅର୍ଜନ କରିଛନ୍ତି ଅମୃତ ବିନୟ ପ୍ରଧାନ । ସେ ଢେଙ୍କାନାଳ ଅଟୋନମାସ କଲେଜ ର ଛାତ୍ର ଅଟନ୍ତି ।ଅମୃତ ସେ ସମୁଦାୟ ୧୮୦୦ ରୁ ୧୬୩୪ ମାର୍କ ରଖିଛନ୍ତି ଯାହାକି ଶତକଡ଼ା ୯୦.୩୩ ଅଟେ । ମିନବଜାରର ଅଭିରାମ ପ୍ରଧାନ ଓ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ଔରସରୁ ଜନ୍ମ ଅମୃତ ନିଜ କଲେଜ ତଥା ସମଗ୍ର ଜିଲ୍ଲାପାଇଁ ଗୌରବ ଆଣିଦେଇଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ସେ ତାଙ୍କର ପିତାମାତା, ଗୁରୁଜନ ,ସାଙ୍ଗସାଥି ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଶ୍ରେୟ ଦେଇଛନ୍ତି । କଲେଜ ତରଫରୁ ତାଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ କାମନା କରାଯାଇଛି । ଏହିବର୍ଷ କୋରନା ହେତୁ ଅଫଲାଇନ ପରୀକ୍ଷ ଅସମ୍ଭବ ହୋଇପଡିଥିବା ବେଳେ ସରକାରଙ୍କର ନିର୍ଦେଶ କ୍ରମେ ଅନଲାଇନ ପରୀକ୍ଷା କରାଯାଇଥିଲା ବୋଲି କଲେଜର ପ୍ରିନ୍ସିପାଲ ରଞ୍ଜିତ କୁମାର ପ୍ରଧାନ କହିଛନ୍ତି । ଆଜିର ଏହି ପରୀକ୍ଷାଫଳ ସର୍ବସମତ କରିବା ସମୟରେ କଲେଜର ପ୍ରିନ୍ସିପାଲ ରଞ୍ଜିତ କୁମାର ପ୍ରଧାନ , କଂଟ୍ରୋଲର ଜୟଦେବ ପାଢ଼ୀ, ଡେପୁଟି କଂଟ୍ରୋଲର ଡକ୍ଟର ସଂଜୀବ କୁମାର ମହାପାତ୍ର, ଓଛଇଝ ପ୍ରଶାନ୍ତ କୁମାର ପରିଡା ଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *