କରୋନା ଓ ବାତ୍ୟା ପାଇଁ ଭାରତ ମସଲାର ମିଳିତ ଉଦ୍ୟମରେ ଖାଦ୍ୟ ପୁଡିଆ ବଣ୍ଟନ

ଭୁବନେଶ୍ୱର : ବର୍ତ୍ତମାନ କୋରନା ମହାମାରୀର ଦ୍ଵିତୀୟ ଲହର୍ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଦେଇଛି । ଲକଡାଉନ ଓ ସଟ ଡାଉନ ଯୋଗୁଁ କେହି ପଦାକୁ ବାହାରି ପାରୁଛନ୍ତି ନା କିଛି ରୋଜଗାର ର ପନ୍ଥା ଅଛି । ସେପଟେ ବୋଝ ଉପରେ ନଳିତା ବିଡା ସଦୃଶ ସାମୁଦ୍ରିକ ବାତ୍ୟା ୟାସ୍ କୁ ନେଇ ଜନ ଜୀବନ ଅଧିକ ଭୟଭୀତ ହେବା ସହ ଦୁର୍ଦ୍ଦିନ ଭିତରେ ଅଛନ୍ତି । ସବୁଦିନ ରୋଜଗାର ପାଇଁ ଆସୁଥିବା ଦିନମଜୁରିଆ , ଖଟିଖିଆ ଓ ତାଙ୍କ ପରିବାର ଉପରେ ଘୋର ପ୍ରଭାବ ପଡ଼ିଛି । ଲକ୍ ଡାଉନ୍ ସମୟରେ ଧର୍ମାନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ହେବା ଦ୍ବାରା ସଂପୃକ୍ତ ପୂଜକ ମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ବିଭିନ୍ନ ସାମାଜିକ ଅନୁଷ୍ଠାନ ମଧ୍ୟ ନିଜ ସକ୍ଷମତା ଅନୁଯାୟୀ ସାହାଯ୍ୟ ସହଯୋଗ କରୁଛନ୍ତି ।

ଏଭଳି ଏକ ସମୟରେ ମାସିକ ସମ୍ବାଦ ପତ୍ରିକା “ଦୂରଦର୍ଶୀ ” ତାର ତ୍ରୟୋଦଶ ତମ ସ୍ଵନକ୍ଷତ୍ର ଉତ୍ସବ କୁ ଏକ ନିଆରା ଢଙ୍ଗରେ ପାଳନ କରିବ ।  କରୋନା ଓ ବାତ୍ୟା ଦ୍ୱାରା ପ୍ରତକ୍ଷ ଓ ପରୋକ୍ଷରେ ପ୍ରଭାବିତଙ୍କୁ ସାହାର୍ଯ୍ୟ ଓ ସହଯୋଗର ହାତ ବଢ଼ାଇ ଏକ ଉତ୍ତର ଦାୟିତ୍ୱ ନିର୍ବାହ କରିବ। ଦୂରଦର୍ଶୀ ପତ୍ରିକା ଏବଂ ଭାରତ ମସଲାର ମିଳିତ ସହଯୋଗ ରେ ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନର ଏକ ନିଆରା ପ୍ରୟାସ ଆରମ୍ଭ ହୋଇଛି । ଦୂରଦର୍ଶୀ ବାର୍ଷିକ ପତ୍ରିକା ର ସମ୍ପାଦକ ତଥା ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଦୁର୍ଗା ସାମନ୍ତରାୟ , ଭାରତ ମସଲା(ଜୟ ଭାରତ ଫାଉଣ୍ଡେସନ)ର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ପଣ୍ଡା ଙ୍କ ସହଯୋଗରେ ନୟାପଲ୍ଲୀ, ଖାରବେଳ ନଗର, ଆଇଆରସି ଭିଲେଜ ତଥା ଆଖପାଖ ବହୁ ଅଞ୍ଚଳ ର ବିଭିନ୍ନ ମନ୍ଦିରରେ ଥିବା ପୂଜକ ମାନଙ୍କୁ ଏବଂ ଗରିବ ଲୋକ, କିଛି ବସ୍ତି ବାସିନ୍ଦାଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ସହ ମାସ୍କ , ସାନିଟାଇଜର ସମସ୍ତ ନିୟମ ଏବଂ ସାମାଜିକ ଦୂରତା ରକ୍ଷାକରି ଆଜି ବଣ୍ଟନ କରାଯାଇଅଛି ।

ଆଗାମୀ ଦିନମାନଙ୍କରେ ମଧ୍ୟ ଏହି ଖାଦ୍ୟ ପୁଡିଆ ବଣ୍ଟନ କାର୍ଯ୍ୟକ୍ରମ ବସ୍ତି ଓ ଶ୍ରମିକ ହାଟ ମାନଙ୍କରେ ଚାଲୁ ରହିବ । ଆଜିର ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଦୂରଦର୍ଶୀର ବ୍ୟୁରୋ ଚିଫ ପ୍ରସନ୍ନ ବିଷୋୟୀ , ପୂର୍ବତନ କର୍ପୋରେଟର ନିଖିଳ ବଳବନ୍ତରାୟ , ସମାଜସେବୀ ପ୍ରାଣବନ୍ଧୁ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଦ୍ବାରା କୁ ଅଧିକ ରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନୁଷ୍ଠାନ ପ୍ରତିଶ୍ରୁତିବଦ୍ଧ । ସମସ୍ତେ ସରକାରଙ୍କ ପ୍ରଦତ୍ତ ନିୟମକୁ ସଠିକ ଅନୁପାଳନ କଲେ ଆମେ ନିଶ୍ଚୟ କରୋନା କୁ ହରlଇ ପୁଣି ଥରେ ଆଗକୁ ବଢିବା ବୋଲି ଉପସ୍ଥିତ ସଦସ୍ୟ ମାନେ ମତପୋଷଣ କରିଛନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *