ଛାତ୍ରଙ୍କୁ ତାଗିଦ୍ କରିବା ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା….

ନୂଆଦିଲ୍ଲୀ: ଦିଲ୍ଲୀର ରଣହୋଲା ଥାନା ଅଞ୍ଚଳରେ ଥିବା ବଏଜ ସିନିୟର ସେକେଣ୍ଡାରି ସରକାରୀ ସ୍କୁଲର ଜଣେ ଛାତ୍ର ଶିକ୍ଷକଙ୍କ ଉପରେ ଏକ ଲୁହାରଡରେ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଛାତ୍ରର ଏଭଳି ଆକ୍ରମଣରେ ଶିକ୍ଷକ ଜଣକ ଗୁରୁତର ହୋଇଥିବା ଜଣାପଡ଼ିଛି । ସ୍କୁଲର ଅଭିଯୋଗ ପରେ ଏହି ଘଟଣାରେ ସମ୍ପୃକ୍ତ ଛାତ୍ରକୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଛାତ୍ର ଏକାଦଶ ଶ୍ରେଣୀରେ ଦୁଇଥର ଫେଲ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗିରଫ ହୋଇଥିବା ୨୧ବର୍ଷୀୟ ଛାତ୍ର ଶ୍ରେଣୀଗୃହରେ ଶିକ୍ଷକ ଥିବା ସମୟରେ ପାଟିତୁଣ୍ଡ କରୁଥିଲେ । ଏହି ସମୟରେ ଶିକ୍ଷକ ତାଙ୍କୁ ପାଟିଚୁପ କରି ଠିକ ଭାବେ ଶ୍ରେଣୀଗୃହରେ ବସିବାକୁ କହିଥିଲେ । ଏଥିରେ ଛାତ୍ର ଜଣକ ରାଗି ଯାଇ କ୍ଲାସ ସରିବା ପରେ ଉକ୍ତ ଶିକ୍ଷକଙ୍କ ଉପରେ ଲୁହା ରଡରେ ମାଡ଼ କରିଥିଲା । ଉକ୍ତ ଛାତ୍ରକୁ ଏହି ଘଟଣାରେ ଗିରଫ କରାଯାଇ ୧୪ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ନିଆଯାଇଛି । ଡିଡିଏମଏ ଦ୍ୱାରା ଜାରି ଆଦେଶ ମୁତାବକ, ଦିଲ୍ଲୀରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୦ ପ୍ରତିଶତ ପିଲାଙ୍କୁ ନେଇ ସ୍କୁଲ ଚାଲିଛି । ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ସ୍କୁଲ ଯିବା ଆରମ୍ଭ କରିଛନ୍ତି । ଏହି କ୍ରମରେ ରଣହୋଲା ଅଞ୍ଚଳରେ ଥିବା ସରକାରୀ ସ୍କୁଲରେ ଏହି ଘଟଣା ସାମ୍ନାକୁ ଆସିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *