ଯମଜ ସନ୍ତାନର ବାପା-ମାଆ ହେଲେ ଏହି ଷ୍ଟାର କ୍ରିକେଟର…

ନୂଆଦିଲ୍ଲୀ : ଭାରତୀୟ ଦଳର ଜଣାଶୁଣା ଖେଳାଳୀ ଦୀନେଶ କାର୍ତ୍ତିକ ଓ ସ୍କ୍ବାଶ୍‌ ଖେଳାଳୀ ଦୀପିକା ପାଲିକଲ ଗୁରୁବାର ଦିନ ଜାଁଳା ସନ୍ତାନର ବାପା ,ମା’ ହୋଇଛନ୍ତି। ତାଙ୍କ ପତ୍ନୀ ଦୀପିକା ପାଲିକଲ୍‌ ଏକାସଙ୍ଗରେ ଦୁଇଟି ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସେ ଏହି ଖୁସି ଖବର ସୋସିଆଲ ମିଡିଆରେ ସେୟାର କରିଛନ୍ତି। କାର୍ତ୍ତିକ ଓ ଦୀପିକା ଦୁହେଁ ସୋସିଆଲ ମିଡିଆରେ ନିଜ ଫ୍ୟାନମାନଙ୍କୁ ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମରେ ନିଜ ଫ୍ୟାମିଲ ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋରେ ଅତ୍ୟନ୍ତ ଖୁସି ଥିବା କାର୍ତ୍ତିକ ଲେଖିଛନ୍ତି, ଏବେ ଆମ ପରିବାର ୩ରୁ ୫ ହୋଇଯାଇଛି।

ଦୀପିକା ଓ ମୁଁ ଦୁଇ କୁନି ପୁତ୍ର ସନ୍ତାନ କବୀର ପାଲିକଲ କାର୍ତ୍ତିକ ଓ ଜିଆନ ପାଲିକଲ କାର୍ତ୍ତିକ ନାମ ରଖାଯାଇଛି । କାର୍ତ୍ତିକ ଓ ଦୀପିକାଙ୍କ ବ୍ୟତୀତ ଉକ୍ତ ଫଟୋରେ ଗୋଟିଏ ବିଦେଶୀ କୁକୁର ରହିଛି। କାର୍ତ୍ତିକ ଏବେ ତାଙ୍କ ପରିବାରର ସଦସ୍ୟଙ୍କ ସଂଖ୍ୟା ୫ରେ ପହଞ୍ଚିଥିବା କହିଛନ୍ତି। ଦୀପିକା ପାଲିକଲ ଜଣେ ଭାରତୀୟ ପେଶାଦାର ସ୍କ୍ବାଶ୍‌ ଖେଳାଳୀ। ସେ ପ୍ରଥମ ଭାରତୀୟ ଭାବେ ପିଏସ୍‌ଏ ମହିଳା ମାନ୍ୟତାର ଶ୍ରେଷ୍ଠ ୧୦ରେ ପ୍ରବେଶ କରିଥିଲେ। ସେହିପରି ୨୦୧୧ରେ ଡବ୍ଲ୍ୟୁଆଇଏସ୍‌ପିଏ (ମହିଳା ଅନ୍ତର୍ଜାତୀୟ ସ୍କ୍ବାଶ୍‌ ପ୍ଲେୟାର ଆସୋସିଏଶନ୍‌)ର ଟାଇଟେଲ ଜିତିଥିଲେ। ନିକଟରେ ଶେଷ ହୋଇଥିବା ଆଇପିଏଲରେ କାର୍ତ୍ତିକ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିଲେ। କୋଲକାତା ଫାଇନାଲ ଖେଳିଥିଲେ ମଧ୍ୟ ଚେନ୍ନାଇକୁ ହରାଇବାକୁ ସକ୍ଷମ ହୋଇ ନଥିଲା

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *