ସାମାନ୍ୟ ବଚସାକୁ ନେଇ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି: ସାମାନ୍ୟ ବଚସାକୁ ନେଇ ମରଣାନ୍ତକ ଆକ୍ରମଣ । ଗଣେଶ ପୂଜାରେ ମିଶିକି ମଦ ପିଉଥିଲେ କୌଣସି ଏକ ବିଷୟକୁ ନେଇ ଆରମ୍ଭ ହେଲା ବଚସା । ପରେ ବଚସା ଅଧିକ ବଢ଼ିବା ସହିତ ସୃଷ୍ଟି ହୋଇଥିଲା ହାତାହତି ପରିସ୍ଥିତି । ଧାରୁଆ ଛୁରୀ ସାଙ୍ଗକୁ ବନ୍ଧୁକରେ ପରସ୍ପରକୁ କରିଥିଲେ ଆକ୍ରମଣ । ଦିଗପହଣ୍ଡି ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତା ବିଦ୍ୟୁତ ବିଭାଗ କାର୍ଯ୍ୟଳୟ ସମ୍ମୁଖରେ ଘଟିଛି ଏଭଳି ଘଟଣା । ଗୁରୁତର ଆହତଙ୍କୁ ପ୍ରଥମେ ଦିଗପହଣ୍ଡି ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଦିଗପହଣ୍ଡି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ତନାଘନା ଚଳାଇଛି । ଘଟଣା ସ୍ଥଳରେ ଚାରୋଟି ବାଇକ, ଧାରୁଆ ମାରଣାସ୍ତ୍ର ଓ ବିଦେଶ ବନ୍ଧୁକ ପଡ଼ିଥିବା ଦେଖିବାକୁ ମିଳିଛି । ପୋଲିସ ସୂଚନା ମୁତାବକ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ବେଳେ ପୋଲିସ ପହଞ୍ଚିଥିଲା । ଗଣ୍ଡଗୋଳ ଘଟାଇଇଥିବା ଯୁବକମାନେ ବାଇକ ଗୁଡ଼ିକ ଛାଡ଼ି ପଳାଇ ଥିଲେ । ଉଭୟ ପକ୍ଷର ମୋଟ ୪ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *