ପ୍ରଧାନମନ୍ତ୍ରୀ ସଡ଼କ ନିମ୍ନମାନର ତିଆରି କରି ଠିକାଦାର ଫେରାର

ଢେଙ୍କାନାଳ : କଙ୍କଡ଼ାହାଡ଼ ବ୍ଲକ ବିରିବୋଲେଇ ପଂଚାୟତ ଜାଙ୍ଗୁ ଠାରୁ ଗତରେଇ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ପାଇଁ କେନ୍ଦ୍ର ସରକାର କୋଟି କୋଟି ଅର୍ଥକୁ ବାଟ ମରଣା କରାଯାଇଛି । ରାତି ଅଧିରେ ନିମ୍ନମାନର ରାସ୍ତା ତିଆରି କରି ଠିକାଦାର ପଳେଇ ଯାଇଥିବା ସ୍ଥାନୀୟ ଗ୍ରାମବାସି ଅଭିଯୋଗ କରିଛନ୍ତି । 24ଘଣ୍ଟା ନ ପୂରୁଣୁ ପିଚୁ ଉଠିଦେଖାଗଲାଣି କିନ୍ତୁ ଠିକାଦାର କିଏ ତାହା ଜଣା ପଡି ନାହିଁ!ଯାତାୟାତ ସମୟରେ ସ୍କୁଲଛାତ୍ରଛାତ୍ରୀ ମେଡିକାଲ ଯିବା ଆସିବା ସମୟରେ ବହୁତ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି । ଠିକାଦାର ଜାଙ୍ଗୁ ଠାରୁ ଗତରେଇ ପ୍ରଧାନମନ୍ତ୍ରୀ ସଡ଼କ ଗୋଟେ ଇଞ୍ଚ ବି ପିଚୁ ପକାଇ ନାହାନ୍ତି । ଏ ବିଷୟରେ ପରଜଙ୍ଗ ଆର ଡବ୍ଲୁ ସବଡ଼ିଭିଜନ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲୁ ଏ ସମ୍ପର୍କରେ କୌଣସି ପତିକ୍ରିୟା ମିଳିପାରିଲା ନାହିଁ!ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଅଞ୍ଚଳ ବାସି ଦାବି କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *