ସାଇ ସତସଙ୍ଗ ସେବା ଟ୍ରଷ୍ଟ ଦ୍ୱାରା ୨ ଦିନଧରି ପୁଜାର୍ଚ୍ଚନା ଅନୁଷ୍ଠିତ

ଢେଙ୍କାନାଳ : ଢେଙ୍କାନାଳ ସହରର ସ୍ଥାନୀୟ ଶ୍ରୀରାମ ମଣ୍ଡପରେ ସାଇ ସତସଙ୍ଘ ସେବା କାର୍ଯ୍ୟ ଚାଲୁଅଛି । ଗତକାଲି ଶ୍ରୀ ସାଇ ସତ୍ୟନାରାୟଣ ବ୍ରତ ପୂଜା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦୮ ଜଣ ଦମ୍ପତି ବ୍ରତ ପୂଜା କରିଥିଲେ । ଆଜି ଏକଦିବସୀୟ ସାଇ ସଦଚରିତ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ ୬ଟା ସମୟରେ ୧୦୮ ଦମ୍ପତି ସମୂହ ଓଁ ଧ୍ୱନି ଉଚ୍ଚାରଣ କରିବା ସହ ବିଷ୍ଣୁ ସହସ୍ର ନାମ ଜପ କରିଥିଲେ । ଏହାପରେ ଗୁରୁଭାଗବତ ପଠନ କରାଯାଇଥିଲା । ଏହାପରେ ଶିରିଡ଼ିର ପୂଜକଙ୍କ ଦ୍ୱାରା ପ୍ରବଚନ କରାଯାଇଥିଲା । ପରିଶେଷରେ ଭକ୍ତମାନଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଥିଲା ବୋଲି ସେବା ଟ୍ରଷ୍ଟର ସେବକ ଶିବ ପ୍ରସାଦ ପଣ୍ଡା କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *