ହାଇଡ୍ରୋଜେନ୍ ପରିସଂସ୍ଥାନର ବିକାଶ ପାଇଁ ପଦକ୍ଷେପ ନେଉଛି ଭାରତ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ହାଇଡ୍ରୋଜେନର ଇକୋସିଷ୍ଟମକୁ ବିକଶିତ କରିବା ପାଇଁ ଭାରତ ପଦକ୍ଷେପ ନେଉଅଛି ବୋଲି ଗୁରୁବାର ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନ୍ତର୍ଗତ ‘ଦ ଏନର୍ଜି ଫୋରମ’ (ଟିଇଏଫ) ଏବଂ ‘ଫେଡ଼େରେସନ ଅଫ୍ ପେଟ୍ରୋଲିୟମ ଇଣ୍ଡଷ୍ଟ୍ରି’(ଏଫଆଇପିଆଇ) ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହାଇଡ୍ରୋଜେନ୍ ଗୋଲଟେବୁଲ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ହାଇଡ୍ରୋଜେନ ଅର୍ଥନୀତି – ନୂଆଦିଲ୍ଲୀ ଡାଏଲୋଗ୍ ୨୦୨୧’ ଶୀରୋନାମା ଉପରେ ଆଲୋଚିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଭବିଷ୍ୟତ ଇନ୍ଧନ ପାଇଁ ହାଇଡ୍ରୋଜେନ୍ ଏକ ସମ୍ଭାବ୍ୟ ଇନ୍ଧନ କହିବା ସହ ଏକବିଂଶ ଶତାବ୍ଦୀ ପାଇଁ ସ୍ୱଚ୍ଛ ଉର୍ଜା ରୂପାନ୍ତରଣ, କମ୍ ଅଙ୍ଗାରକାମ୍ଳ ନିର୍ଗମନ ମାର୍ଗକୁ ପ୍ରଶସ୍ତ କରିବା ଏହଂ ହାଇଡ୍ରୋଜେନକୁ କିପରି ସୁଲଭ ମୂଲ୍ୟରେ ସମସ୍ତଙ୍କ ପାଖରେ ପହଁଚାଯାଇପାରିବ ସେ ଦିଗରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ, ସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ଉର୍ଜାର ବିକଳ୍ପ ଉତ୍ସ ହାଇଡ୍ରୋଜେନ୍ ।

ତେଣୁ ହାଇଡ୍ରୋଜୋନର ଇକୋସିଷ୍ଟମକୁ ବିକଶିତ କରିବା ପାଇଁ ଉନ୍ନତମାନର ଟେକ୍ନୋଲୋଜିର ବ୍ୟବହାର ତଥା ନୀତିଗତ ପଦକ୍ଷେପ ନେବା ଓ ହାଇଡ୍ରୋଜେନକୁ ସ୍ୱଚ୍ଛ ଉର୍ଜା ବ୍ୟବସ୍ଥାର ଏକ ଅଂଶ କରିବା ପାଇଁ ଏହା ହେଉଛି ସଠିକ୍ ସମୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ୭ଟି ମହତ୍ୱପୂର୍ଣ୍ଣ ପଦକ୍ଷେପ ମାଧ୍ୟମରେ ନୂଆ ଉର୍ଜା ମାନଚ୍ଚିତ୍ର ପ୍ରସ୍ତୁତ କରିଛି ଏବଂ ଏହି ୭ଟି ପଦକ୍ଷେପରୁ ହାଇଡ୍ରୋଜେନକୁ ବିକଶିତ କରିବା ମଧ୍ୟ ଏକ ପଦକ୍ଷେପ । ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଉର୍ଜା ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କମ୍ ଅଙ୍ଗାରକାମ୍ଳ ନିର୍ଗମନ ମାର୍ଗକୁ ହାସଲ କରିବା ଦିଗରେ ହାଇଡ୍ରୋଜେନକୁ ଭାରତ ଉର୍ଜା ମିଶ୍ରଣରେ ଅଧିକ ବ୍ୟବହାର ପାଇଁ ପଦକ୍ଷେପ ନିଆଯାଉଛି । ଏହାସହ ଜାତୀୟ ହାଇଡ୍ରୋଜେନ ମିଶନର ଶୁଭାରମ୍ଭ, ବ୍ଲୁ ହାଇଡ୍ରୋଜେନ, ଗ୍ରୀନ୍ ହାଇଡ୍ରୋଜେନ ଏବଂ ହାଇଡ୍ରୋଜେନ ସିଏନଜିକୁ ନେଇ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି ।

ଭାରତ ସରକାରଙ୍କ ଦ୍ୱାରା ହାଇଡ୍ରୋଜେନ ଇକୋସିଷ୍ଟମ ବିକଶିତ କରିବା ପାଇଁ ବୃହତ ସମନ୍ୱୟ ସ୍ଥାପନା କରାଯାଉଛି ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟର ବିଭିନ୍ନ ଯୋଜନାରେ ହାଇଡ୍ରୋଜେନର ଏକୀକରଣ କରାଯିବା ସହ ରସାୟନ, ଆଇରନ, ଇସ୍ପାତ୍‌, ସାର, ଶକ୍ତି, ବିଶୋଧନ, ପରିବହନ ଭଳି ବିଭିନ୍ନ କ୍ଷେତ୍ରରେ ହାଇଡ୍ରୋଜୋନ୍ ବ୍ୟବହାର କରିବା ପାଇଁ ପଦକ୍ଷେପ ନିଆଯାଉଛି । ଦେଶରେ ହାଇଡ୍ରୋଜେନ କ୍ଷେତ୍ରର ମଜବୁତ୍ ପାଇଁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପ୍ରତିବଦ୍ଧ । ହାଇଡ୍ରୋଜେନର ସମ୍ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରିବାରେ ଏବଂ ହାଇଡ୍ରୋଜେନ ଅର୍ଥନୀତିର ବିକାଶରେ ବିଶ୍ୱସମୂହର ଅଭୁତପୂର୍ବ ଉତ୍ସାହ ରହିଛି । ହାଇଡ୍ରୋଜେନ କ୍ଷେତ୍ରରେ ବିପ୍ଳବ ଆଣିବା ପାଇଁ ଆଜି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଏକ ନୂଆ ଦିଗ ପ୍ରଦାନ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ୟୁଏଇର ଉଦ୍ୟୋଗ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ଼ ସୁଲତାନ ଅଲ୍ ଜାବେର, ଅଷ୍ଟ୍ରେଲିଆର ଉର୍ଜା ମନ୍ତ୍ରୀ ଅଙ୍ଗସ ଟ୍ରେଲର ,ଡ଼େନମାର୍କର ଜଳବାୟୁ, ଉର୍ଜା ଓ ୟୁଟିଲିଟିଜ୍ ମନ୍ତ୍ରୀ ଡ୍ୟାନ୍ ଯୁର୍ଗର ନସେନ୍‌, ଆମେରିକାର ସହାୟକ ଉର୍ଜା ମନ୍ତ୍ରୀ ଡେଭିଡ.ଏମ ଟକ୍ ମଧ୍ୟ ଉପସ୍ଥିତ ରହିଥିଲେ । ହାଇଡ୍ରୋଜେନ ଗୋଲଟେବୁଲ ସମ୍ମିଳନୀରେ ବିଶ୍ୱର ୧୫ଟି ଭିନ୍ନ ଭିନ୍ନ ଦେଶରୁ ୨୫ ଜଣ ବକ୍ତା ସାମିଲ ହୋଇଥିଲେ । ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ବିଶ୍ୱର ପ୍ରାୟ ୩ ହଜାରରୁ ଅଧିକ ବିଶେଷଜ୍ଞ ତଥା ହାଇଡ୍ରୋଜେନର ନେତୃତ୍ୱକାରୀମାନେ ଅଂଶଗ୍ରହଣ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *