ଚୀର ନିଦ୍ରାରେ ଶ୍ରୀମନ୍ଦିରର ଶେଷ ଦେବଦାସୀ ପାରସମଣି ଦେବୀ

ପୁରୀ : ଚୀର ନିଦ୍ରାରେ ଶ୍ରୀମନ୍ଦିରର ଶେଷ ଦେବଦାସୀ ପାରସମଣି ଦେବୀ। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଦୁର୍ଘଦିନରୁ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିବା ସୂଚନା ମିଳିଛି । ଦୀର୍ଘଦିନ ଧରି ମାଜଣା ମଣ୍ଡପରେ ସେ ସଂଗୀତ ପରିବେଷଣ କରୁଥିଲେ । ମାତ୍ର ୭ ବର୍ଷ ବୟସରୁ ୩୦ବର୍ଷ ପର୍ଯ୍ୟନ୍ତ ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ବେଳେ ନୃତ୍ୟ ପରିବେଷଣ କରୁଥିଲେ। ପରେ ଦୀର୍ଘବର୍ଷ ଧରି ଗୀତଗୋବିନ୍ଦ, ଓଡିଶୀ ଛାନ୍ଦ, ଚମ୍ପୁ ଆଦି ବୋଲି ବିଶେଷ ଆଦୃତ ହୋଇଥିଲେ। ମୁକ୍ତିମଣ୍ଡପ ସମ୍ମୁଖ ମାଜଣା ମଣ୍ଡପରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭଜନ ଓ ଜଣାଣ ମଧ୍ୟ ଗାନ କରୁଥିଲେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ବହୁ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।

 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *