ବାଘ ଛାଲ ଜବତ,୪ କୋର୍ଟ ଚାଲାଣ

ଦେବଗଡ଼ :  ଦେବଗଡ ବନଖଣ୍ଡ ଅନ୍ତର୍ଗତ ରିଆମାଳ ବନ ବିଭାଗ ଆଜି ଗୋଟିଏ ବାଘ ଛାଲ ଜବତ କରିବା ସହ ୪ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଅଛି ।ାସୂଚନା ଅନୁଯାଇ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମର ରାମ କିଡୋ ଙ୍କ ପୁଅ ରତିଆ କିଡୋ (୨୯)ଏକ ବାଘ ଶିକାର କରି ଘରେ ଛାଲ ରଖିଥିବା ନେଇ କୌଣସି ସୂତ୍ରୁ ରୁ ରିଆମାଳ ବନବିଭାଗ ସୂଚନା ପାଇଥିଲ।।ବାଘ ଛାଲ ଓ ଶିକାରି କୁ ଗିରଫ କରିବା ପାଇଁ ବନ ବିଭାଗ ବହୁ ଦିନ ହେବ ଉଦ୍ୟମ ଚଳାଇ ଆସିଥିଲ।।ଏ ନେଇ ଦେବଗଡ ଡି.ଏଫ.ଓ ଶ୍ରୀମତୀ କ୍ଷମା ଷଡଙ୍ଗୀ ନିର୍ଦ୍ଦେଶ କ୍ରମେ ରିଆମାଳ ରେଞ୍ଜର ମହେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଦେବଗଡ ଫରେଷ୍ଟର ପ୍ରଶନ୍ନ କୁମାର ସାହୁ,ଲଇମୁରା ଫରେଷ୍ଟର ଛବିଳ ବେହେରା,ଦେବଗଡ ଫରେଷ୍ଟର ଭୋଳେଶ୍ୱର ବେହେରା,ତିଲେଇବଣୀ ଫରେଷ୍ଟଗାର୍ଡ ଅଶୋକ ପାନ୍ନା,ପାଲଲହଡା ଫରେଷ୍ଟଗାର୍ଡ ଅକ୍ଷୟ ମହାପାତ୍ର ଏବଂ ରିଆମାଳ ବନବିଭାଗର ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲ।। କେତେକ କର୍ମଚାରୀ ମଙ୍ଗଳବାର ସକାଳେ ବେପାରୀ ସାଜି ରତିଆ ଘର କୁ ଯାଇଥିବା ବେଳେ ଅନ୍ୟ କର୍ମଚାରୀ ମାନେ ବାଟରେ ଛକି ରହିଥିଲେ l

ଗ୍ରାହକ ସାଜି ଯାଇଥିବା କର୍ମଚାରୀ ବାଘ ଛାଲର ମୂଲ୍ୟଦର ରିଆମାଳରେ ଦେବୁ କହି ରତିଆ ଓ ତାର ଅନ୍ୟ ୩ ସହଯୋଗୀ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ତିଲେଇମାଳ ଗ୍ରାମର ଅଜିତ କୁମାର ଲାକ୍ରା(୩୦),ଜମନକିରା ଥାନା ଅନ୍ତର୍ଗତ ଗୁଲୁଜିପାଲି ଗ୍ରାମର ପଦ୍ମନାଭ ଦଣ୍ଡପାଟ ଓ ତୁଲୁବ ଗ୍ରାମର ମନୋହର ମାଝୀ ଙ୍କୁ ଡାକିଥିଲ।।ବନବିଭାଗ ନିଜ ଗାଡିରେ ବାଘ ଛାଲ ସହ ୪ ଜଣଙ୍କୁ ଧରି ଆଣିଥିଲ।। ପୂର୍ବରୁ ରିଆମାଳ ବନାଂଚଳ ତାରଙ୍ଗ ଗ୍ରାମ ସ୍ଥିତ ସିନ୍ଦୁରକଲି ମଠ ନିକଟରେ ଜଗିଥିବା କର୍ମଚାରୀ ଘଟଣା ସ୍ଥଳରେ ଅପରାହ୍ନ ସମୟରେ ବାଘ ଛାଲ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ ।ବନବିଭାଗ ପକ୍ଷରୁ ବନ୍ୟପ୍ରାଣୀ ଦଫାରେ ବୁଧବାର ରିଆମାଳ ଜେ.ଏମ.ଏଫ ସି କୋର୍ଟ ରେ ହାଜର କରାଇ ଥିଲେ l ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଯାଇଅଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *