ଗୌଡ଼ ରେଲିବାଡ଼ିରେ ବଢ଼ୁଛି ଡେଙ୍ଗୁ ଜ୍ୱର, ଲୋକେ ଆତଙ୍କିତ

କୋଲନରା: ରାୟଗଡା ଜିଲ୍ଲାରେ କରୋନାର କରାଳ ଭୟ ପାଖ ଛାଡି ଯାଇନି ପୁଣି ଏବେ ଡେଙ୍ଗୁର ପାର୍ଦୁଭାବ ବଢ଼ି ଚାଲିଛି । କୋଲନରା ବ୍ଲକ୍ ଗୌଡ଼ ରେଲିବାଡ଼ି ଗ୍ରାମରେ ଗତ ଆଠ ଦିନ ହେଲା ଜଣକ ପରେ ଜଣେ ଜ୍ୱରରେ ଆକ୍ରାନ୍ତ ହେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କେତେ ଜଣ କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଅଧିକ ଚିକିତ୍ସା ପାଇଁ ଉକ୍ତ ଗ୍ରାମର ଅନନ୍ତ କଣ୍ଟାବଂଶ ନାମକ ଜଣେ ବ୍ୟକ୍ତି ପାର୍ବତୀପୁରମ ଯାଇ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କ ପେଟେଲେଟ କମିଥିବା ଜାଣି କୋଲନରା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସନ୍ଦେହରେ ଆଉ ୧୦ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଥି ମଧ୍ୟରୁ ଗୁଣ୍ଡୁଚି କଣ୍ଟାବଂଶ,ଜାନକୀ କଣ୍ଟାବଂଶ,ଗୟାଲା ହାଡ଼ିବଂଶ, ରେଣୁ ହାଡ଼ିବଂଶ, ପ୍ରତାପ କଣ୍ଟାବଂଶଙ୍କ ଦେହରେ ଡେଙ୍ଗୁ ଚିହ୍ନଟ ହୋଇଥିଲା ।

ରେଳିବାଡ଼ି ଗ୍ରାମରେ ପାଖାପାଖି ଦୁଇ ଶହ ଘର ବସବାସ କରୁଥିବା ବେଳେ ଗାଁରେ ପଚାଶ ପ୍ରତିଶତ ଲୋକେ ମ୍ୟାଲେରିଆ, ସିକଲସେଲ୍ ଓ ଡେଙ୍ଗୁ ଭଳି ମାରାତ୍ମକ ରୋଗରେ ପୀଡ଼ିତ ଅଛନ୍ତି । ଗତ ଦୁଇ ଦିନ ତଳେ ସିକିଲିଙ୍ଗରେ ଆକ୍ରାନ୍ତ ହୋଇ ଜଣେ ଚିକିତ୍ସାଳୟରେ ଓ ଜଣେ ନିଜ ଗ୍ରାମରେ ପ୍ରାଣ ହରାଇଥିଲେ । ରାୟଗଡା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଡାକ୍ତର ଏଲ୍‌ଏନ୍ ପୃଷ୍ଟି ଘଟଣାର ଅନୁଧ୍ୟାନ କରିବାକୁ ଆସିଥିବା ବେଳେ କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟର ଡାକ୍ତର ଜ୍ୟୋତ୍ସାମୟୀ ରାଉତ, ସ୍ୱାସ୍ଥ୍ୟକର୍ମୀ ଅଞ୍ଜଳି ମହାନ୍ତି, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ପ୍ରମୁଖ ଉକ୍ତ ଗ୍ରାମରେ ପହଞ୍ଚି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ନମୁନା ସଂଗ୍ରହ କରିଥିଲେ । ଅପରପକ୍ଷେ ଗୌଡ଼ରେଳିବାଡ଼ି ଗ୍ରାମରେ ପରିମଳ ବ୍ୟବସ୍ଥା ଠିକ ନଥିବା କାରଣରୁ ଏଭଳି ରୋଗରେ ଆମେ ଆକ୍ରାନ୍ତ ହେଉଛୁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *