ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଆୟୋଜନ ଲାଗି ପ୍ରଶାସନ ନିକଟରେ ଦାବି କଲା ବରଗଡ଼ ଯୁବାମଞ୍ଚ

ବରଗଡ଼: ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ଆୟୋଜନ କରିବାକୁ ଅନୁମତି ଦିଆଯାଉ। ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆୟୋଜନ କରିବା ପାଇଁ ଦାବି କରିଛି ପଶ୍ଚିମ ଓଡିଶା ଯୁବାମଞ୍ଚ । ଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ ବରଗଡ ଧନୁଯାତ୍ରା ବନ୍ଦ ରହିଛି । ତେବେ ବର୍ତମାନ ଖୋଲା ମଂଚ ନାଟକକୁ ଅନୁମତି ମିଳିଥିବା ବେଳେ ବରଗଡ ଧନୁଯାତ୍ରା ପାଇଁ ଅନୁମତି ଦେବାକୁ ଦାବି ଜୋର ଧରିଛି । ଆସନ୍ତା ଜାନୁଆରି ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଧନୁଯାତ୍ରା କରିବା ପାଇଁ ଦିନ ଧାର୍ଯ୍ୟ ହୋଇଛି । ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ରା ପାଇଁ ହାତରେ କମ ସମୟ ଥିବାରୁ ସରକାର ଖୁବ୍ ଶୀଘ୍ର ଅନୁମତି ଦେବାକୁ ଅନୁରୋଧ କରିଛି ପଶ୍ଚିମ ଓଡିଶା ଯୁବାମଞ୍ଚ । ଏନେଇ ପଶ୍ଚିମ ଓଡିଶା ଯୁବାମଞ୍ଚର ଏକ ଟିମ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଳାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *