ଅଧା ବିଶ୍ୱରେ ପୁଣି ଡେଲଟା ଭାଇରସ ରାଜ୍, ଏସିଆ ଓ ୟୁରୋପରେ ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ: ଅଧା ବିଶ୍ବରେ ପୁଣି ଡେଲଟା ଭାଇରସର ରାଜ୍ । କରୋନା ବିପର୍ଯ୍ୟୟରୁ ମିଳୁନି ନିସ୍ତାର । ସାରା ଏସିଆ ଓ ୟୁରୋପରେ ପୁଣି ବଢିଲା ସଂକ୍ରମଣ । ଚିନ୍ତା ବଢାଇଲା ଡେଲଟା ଭାଇରସର 20ଟି ପ୍ରଜାତି । ସେଗୁଡିକୁ ଟ୍ରାକ କରିବା ହେଲାଣି କଷ୍ଟକର । 20 ପ୍ରଜାତିରୁ କେବଳ AY.4.2କୁ ଚିହ୍ନଟ କରାଯାଇପାରିଛି ଏବଂ ଏହାକୁ ଟ୍ରାକିଂ କରାଯାଇପାରିଛି । ସେପଟେ ଶୀତ ଯୋଗୁ ସଂକ୍ରମଣ ବଢିବ ବୋଲି ଚେତାବନୀ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଋଷ, ଚୀନ, ପୂର୍ବ ୟୁରୋପ, ବ୍ରିଟେନରେ କୋଭିଡ ସଂକ୍ରମଣ ଆଖିଦୃଶିଆ ବୃଦ୍ଧି ପାଇଛି । ଗତ ସପ୍ତାହ ତୁଳନାରେ ବ୍ରିଟେନରେ ୧୪ ପ୍ରତିଶତ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଋଷରେ ଗତ ସପ୍ତାହ ତୁଳନାରେ ଏହି ସଂଖ୍ୟା ୧୫ ପ୍ରତିଶତ ଏବଂ ୟୁରୋପୀୟ ରାଷ୍ଟ୍ରରେ ଏହି ସଂଖ୍ୟା ୭ ପ୍ରତିଶତ ଅଧିକ ହୋଇଛି । ବ୍ରିଟେନ ସମେତ ଏହି ସବୁ ରାଷ୍ଟ୍ରରେ AY.4.2 ଡେଲଟା ପ୍ଲସ ଭାରିଆଣ୍ଟ ଉତ୍ପାତ ଜାରି ରଖିଛି । ଋଷରେ ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୧ ହଜାର ୬୪ ଜଣ ଯାହାକି ମହାମାରୀ ଆରମ୍ଭ କାଳରୁ ସର୍ବାଧିକ । ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଆସନ୍ତା ୩୦ରୁ ସାତ ଦିନ ଲାଗି ଦେଶରେ କାମ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ, ଜର୍ଜିଆରେ ସ୍ଥିତି ବି ବିଶେଷ ଗୁରୁତର ହେଲାଣି । ସିଙ୍ଗାପୁରରେ ବି କ୍ରମଶଃ ଆତଙ୍କ ସୃଷ୍ଟି କଲାଣି ଭାଇରସ । ସେପଟେ ଚୀନର ଜିରୋ କୋଭିଡ ସ୍ଲୋଗାନ ନେଇ ଉଠିଛି ପ୍ରଶ୍ନ । ବିଭିନ୍ନ ପ୍ରଜାତନ୍ତ୍ରରେ ବଢିଛି ସଂକ୍ରମଣ । ବେଜିଂରେ ପୁଣି ଆରମ୍ଭ ହୋଇଛି ମାସ୍ ଟେଷ୍ଟିଂ । ନ୍ୟୁଜିଲାଣ୍ତରେ ବି ସଂକ୍ରମଣ ବଢିବା ଯୋଗୁ ଆରମ୍ଭ ହୋଇଛି ଲକଡାଉନ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *