ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା: ପୁଣି ରାସ୍ତାରେ ଗଡ଼ିବ ୧୦ବର୍ଷର ପୁରୁଣା ଡିଜେଲ ଗାଡ଼ି

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କର ବଡ଼ ଘୋଷଣା । ପୁଣି ଥରେ ରାସ୍ତାରେ ଚାଲିପାରିବ ଗାଡ଼ି । ଅର୍ଥାତ ଯଦି ଆପଣଙ୍କର ୧୦ ବର୍ଷ ପୁରୁଣା ଡିଜେଲ ଚାଳିତ ଯାନ ଅଛି ତେବେ ଏହା ଗଡ଼ି ପାରିବ । ଏଭଳି ଗାଡି ମାଲିକଙ୍କ ପାଇଁ ଦିଲ୍ଲୀ ସରକାର ଏକ ନୂଆ ନିୟମ ଆଣିଛନ୍ତି । ବାସ୍ତବରେ, ରାଜଧାନୀରେ ଏଭଳି ନୀତି ମାଧ୍ୟମରେ ଇଲେକ୍ଟ୍ରିକ ଯାନକୁ ପ୍ରୋତ୍ସାହିତ କରୁଥିବା କେଜ୍ରିୱାଲ ସରକାର ବର୍ତ୍ତମାନ ୧୦ ବର୍ଷ ପୁରୁଣା ଡିଜେଲ ଚାଳିତ ଯାନକୁ ଇଲେକ୍ଟ୍ରିକ ରୂପରେଖରେ ପରିଣତ କରିବାର ରାସ୍ତା ଖୋଲିଛନ୍ତି । ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ମଧ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗହଲୋତ ଗୁରୁବାର ଘୋଷଣା କରିଛନ୍ତି ଯେ, ପରିବହନ ବିଭାଗ ଏବେ ସାମାନ୍ୟ ଇନ୍ଧନ ଗାଡ଼ିରେ ଇଲେକ୍ଟ୍ରିକ କିଟ ଲଗାଇବା ଲାଗି ଅନୁମତି ଦିଆଯାଇଛି ।

ଯେଉଁ ଡିଜେଲ ଗାଡ଼ି ଟେଷ୍ଟରେ ଫିଟ ହେବ ସେହି ଗାଡ଼ିରେ ଇଲେକ୍ଟ୍ରିକ ଇଞ୍ଜିନ ବଦଳାଇବାକୁ ସୁଯୋଗ ଅଛି । ଏହା ମଧ୍ୟ କହିଛନ୍ତି ଯେ ଗତ ବର୍ଷ ଆରମ୍ଭ ହୋଇଥିବା ଦିଲ୍ଲୀ ସରକାରଙ୍କ ସବସିଡି ବ୍ୟତୀତ ଅଣ-ଆର୍ôଥକ ପ୍ରୋତ୍ସାହନ ଯୋଗାଇଥାଏ । ସେ କହିଛନ୍ତି ଯେ, ଡିଜେଲ ଯାନଗୁଡିକର ପୁନଃ ସଂରକ୍ଷଣ ସହିତ ସେହି ଯାନଗୁଡିକ ଧାର୍ଯ୍ୟ ୧୦ ବର୍ଷରୁ ଅଧିକ ସମୟ ପାଇଁ ବୈଦ୍ୟୁତିକ ଯାନ ଭାବରେ ବ୍ୟବହାର ହୋଇପାରିବ । ଯଦି ଯାନଗୁଡିକ ଫିଟ୍ ମିଳେ ତେବେ ସେମାନେ ସେମାନଙ୍କର ଡିଜେଲ ଇଞ୍ଜିନକୁ ଇଲେକ୍ଟ୍ରିକ୍ ଇଞ୍ଜିନରେ ପରିଣତ କରିପାରିବେ । ବିଭାଗ ପରୀକ୍ଷଣ ଏଜେନ୍ସି ଦ୍ୱାରା ସ୍ୱୀକୃତ ସମ୍ପୂର୍ଣ୍ଣ ଭାବେ ଇଲେକ୍ଟ୍ରିକ କିଟ ନିର୍ମାତାଙ୍କ ସହ କଥା ହେବ ।

ଏହି କିଟ ଲଗାଇବା ପରେ ଥରେ ସଶକ୍ତ ହେଲ ୧୦ବର୍ଷରୁ ପୁରୁଣା ଡିଜେଲ ଗାଡ଼ିକୁ ରାଜଧାନୀରେ ଚଲା ଯାଇପାରିବ । ଦିଲ୍ଲୀରେ ଇଲେକ୍ଟ୍ରି ଗାଡ଼ି ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ସାମାନ୍ୟ ଇଲେକ୍ଟ୍ରିକ ଗାଡ଼ିକୁ ଦିଲ୍ଲୀରେ ପାଖାପାଖି ୨୫୦ରାସ୍ତାରେ ଚାଲିବାକୁ ଅନୁମତି ଦେଇଛନ୍ତି । ଗହଲେଟ ଆହୁରୀ କହିଛନ୍ତି ଯେ, ସାମାନ୍ୟ ଇଲେକ୍ଟ୍ରିକ କମର୍ଶିଆଲ ଗାଡ଼ି ଲାଗି ଏହା ଭଲ ଖବର । ଇଲେକ୍ଟ୍ରି ଗାଡ଼ିକୁ ତୁରନ୍ତ ଆପଣାନ୍ତୁ । ଏଥିଲାଗି ଆମେମାନେ ଏହି ଗାଡ଼ିରୁ ପ୍ରତିବନ୍ଧକ ହଟାଇଦେଇଛୁ । ଆମେ ଯେବେଠାରୁ ଇଭି ନୀତି ଆପଣାଇଛୁ ସେବେଠାରୁ ଇଲେକ୍ଟ୍ରିକ ଗାଡ଼ିର ଚାହିଦା ୯୫ପ୍ରତିଶତ ବଢିଯାଇଛି । କେଜ୍ରିୱାଲ ସରକାରଙ୍କ ଏହି ପଦକ୍ଷେପରୁ ଦିଲ୍ଲୀର ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ ବୋଲି ଆଶା କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *