ଦୀପକ ପୁନିଆଙ୍କ ନିକଟରେ ପଦକ ହାସଲର ସୁଯୋଗ

ନୂଆଦିଲ୍ଲୀ: ୮୬ କିଗ୍ରା ବର୍ଗରେ ପରାଜିତ ହୋଇଥିବା ଭାରତୀୟ ରେସଲର ଦୀପକ ପୁନିଆଙ୍କ ନିକଟରେ ପଦକ ହାସଲର ସୁବର୍ଣ୍ଣ ସୁଯୋଗ ରହିଛି । ଆସନ୍ତା କାଲି ବ୍ରୋଞ୍ଜ ପଦକ ମୁକାବିଲାରେ ଉପନୀତ ହେବେ ଭାରତୀୟ କୁସ୍ତିଯୋଦ୍ଧା ଦୀପକ ପୁନିଆ । ପୁନିଆ ସେମି ଫାଇନାଲରେ ଆମେରିକାର ଡେଭିଡ ମୋରିସ ଟେଲରଙ୍କ ନିକଟରୁ ପରାଜିତ ହୋଇଛନ୍ତି । ଟେଲର ୧୦-୦ରେ ଏକ ପାଖିଆ ଭାବରେ ପୁନିଅଙ୍କୁ ପରାଜିତ କରିଥିଲେ । ତେବେ ପରାଜିତ ହୋଇଥିଲେ ହେଁ ପୁନିଆଙ୍କ ନିକଟରେ ପଦକ ହାସଲର ଆଉ ଏକ ସୁଯୋଗ ରହିଛି । ଦୀପକ ପ୍ରଥମ ମ୍ୟାଚରେ ଆଫ୍ରିକାନ ବ୍ରୋଞ୍ଜ ମେଡାଲିଷ୍ଟ ନାଇଜେରିଆର ଏକରିକିମ ଆଗିମୋରଙ୍କୁ ପରାସ୍ତ କରିଥିଲେ । କ୍ୱାର୍ଟରରେ ଚୀନର ଲିନ୍ ଜୁସେନଙ୍କୁ ପରାସ୍ତ କରି ସେମିରେ ପହଞ୍ଚିଥିଲେ ପୁନିଆ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *