ଜୁନ୍ ୨୪ରେ ଦେବସ୍ନାନ ପୂର୍ଣ୍ଣିମା : ଭକ୍ତଙ୍କ ଉପସ୍ଥିତି ନେଇ ହୋଇନି ନିଷ୍ପତ୍ତି

ପୁରୀ:  ଜୁନ ୨୪ରେ ମହାପ୍ରଭୁ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ । କୋଭିଡ କଟକଣାରେ ନୀତି ସମ୍ପନ୍ନ ନେଇ ଚାଲିଛି ବିଚାରବିମର୍ଶ । ତେବେ ବିନାଭକ୍ତରେ ଆୟୋଜନ ନେଇ ପ୍ରଶାସନ ଏ ଯାଏଁ କୌଣସି ଚୂଡାନ୍ତ ନିଷ୍ପତ୍ତି ନେଇନି । ବୈଠକ ପରେ ଚୂଡାନ୍ତ ରୂପରେଖ ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ତେବେ ପୂର୍ବରୁ ରାଜ୍ୟରେ କରୋନା ସ୍ଥିତିକୁ ଆଖି ଆଗରେ ରଖି ରଥଯାତ୍ରା, ଚନ୍ଦନ ଯାତ୍ର ସୀମିତ ସେବାୟତ ଓ ବିନା ଭକ୍ତରେ କରିବା ନେଇ ନିଷ୍ପତ୍ତି ହୋଇଥିଲା । ଏବଂ ତଦ୍‌ନୁଯାୟୀ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତିରେ ମଧ୍ୟ ରାଜ୍ୟରେ କରୋନା ସମସ୍ୟା ଜାରି ରହିଛି । ସଂକ୍ରମଣ ସଂଖ୍ୟାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍ ଅବଧିକୁ ମଧ୍ୟ ବୃଦ୍ଧି କରିଛନ୍ତି । ବର୍ତ୍ତମାନର ଲକ୍‌ଡାଉନ୍ କଟକଣା ଅନୁଯାୟୀ ବିିଭିନ୍ନ ଧର୍ମାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ବିନାଭକ୍ତରେ କେବଳ ନୀତିକାନ୍ତି ସମ୍ପନ୍ନ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *