ମିଳିଲାନି ଆମ୍ବୁଲାନ୍ସ : ୫ କି.ମି ବାଇକ୍‌ରେ ବୁହା ହେଲା ମୃତଦେହ

ବାଙ୍କୀ: ହସ୍ପିଟାଲରେ ହେଲା ମୃତ୍ୟୁ । କିନ୍ତୁ ମୃତଦେହ ନେବା ପାଇଁ ନା’ ମିଳିଲା ମହାପ୍ରୟାଣ ଗାଡ଼ି ନା’ ଆମ୍ବୁଲାନ୍ସ । ଶେଷରେ ଉପାୟ ଶୂନ୍ୟ ହୋଇ ପରିବାର ଲୋକେ ବାଇକ୍‌ରେ ମୃତଦେହ ବୋହିକି ନେଇଥିଲେ । କଟକ ଜିଲ୍ଲା ବାଙ୍କୀରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ବାଙ୍କୀ ନିକଟସ୍ଥ ଢଂସର ଗାଁର ଅଜୟ ଲେଙ୍କାଙ୍କୁ ଜ୍ୱର ହୋଇଥିଲା । ଗତକାଲି ପରିବାର ଲୋକେ ତାଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲ୍‌ରେ ଅଜୟଙ୍କ ମୃତ୍ୟୁ ଘଟିଥିଲା । ଆଜି ସକାଳେ ପରିବାର ଲୋକେ ଶବ ନେବା ପାଇଁ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡ଼ି ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ କହିଥିଲେ । ହେଲେ କିଛି ସୁଫଳ ମିଳିନଥିଲା । ମେଡିକାଲ କର୍ତ୍ତୃପକ୍ଷ କେବଳ ଏକ ଚିଠା ଦେଇ କାମ ସାରି ଦେଇଥିବା ଅଭିଯୋଗ ହୋଇଛି । ଶେଷରେ ପରିବାର ଲୋକେ କିଛି ଉପାୟ ନ ପାଇ ବାଇକରେ ୫ କି.ମି. ପର୍ଯ୍ୟନ୍ତ ମୃତଦେହକୁ ଡାକ୍ତରଖାନାରୁ ଘର ପର୍ଯ୍ୟନ୍ତ ଆଣିଥିଲେ । ଘଟଣା ସଂପର୍କରେ ବାଙ୍କୀ ଏସ୍‌ଡିଏମ୍‌ଓ କହିଛନ୍ତି, ‘ମୋ ନଜରକୁ ଏସବୁ ଜିନିଷ ଆସି ନାହିଁ । ତଦନ୍ତ ପରେ ଜଣାପଡ଼ିବ ପ୍ରକୃତରେ କ’ଣ ହୋଇଛି’ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *