ରାସ୍ତା କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ନିକଟ ଏନଏଚ୍- ୧୮ ରାସ୍ତା କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ହତ୍ୟା କରାଯାଇଥିବା ସନ୍ଦେହ। ବାହାରୁ ଆଣି କେହି ଦୁର୍ବତ୍ତ ରାସ୍ତା କଡ଼ରେ ଫୋପାଡ଼ିଥିବା ସନ୍ଦେହ କରାଯାଉଛି । ମୃତଦେହ ଉଦ୍ଧାର କରି ବେତନଟୀ ପୁଲିସ ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ, ସକାଳୁ ରାସ୍ତା କଡ଼ରେ ମହିଳାଙ୍କ ମୃତ ଦେହ ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ । ମହିଳା ଜଣଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ଏହା ବାହାର ରାଜ୍ୟର ବୋଲି ଅନୁମାନ କରାଯାଉଛି । କେହି ମହିଳା ଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ମହିଳା ଙ୍କ ବୟସ ପାଖାପାଖି ୨୫ରୁ ୩୦ ବର୍ଷ ହେବ । ପାରିପାର୍ଶ୍ବିକ ପରିସ୍ଥିତିରୁ କୈାଣସି ସୁରାକ ମିଳିନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *