କେନାଲରେ ଭାସିଗଲେ ନବବିବାହିତ ଚାଷୀ

ଭୁବନେଶ୍ୱର: ପ୍ରଳୟଙ୍କରୀ ବର୍ଷାରେ ଫୁଲିଉଠିଛି ନଈ ନାଳ । ପ୍ରବଳ ବର୍ଷାରେ କେନାଲରେ ପାଣି ଉଛୁଳୁଛି । ଦିନେ ସେଇ ବର୍ଷା ଚାଷୀଙ୍କୁ ଆବଶ୍ୟକ ପଢୁଥିବା ବେଳେ ଆଜି ସେଇ ବର୍ଷା ଜଣେ ଚାଷୀଙ୍କ ଜୀବନ ନେଇଛି । ନିଜ ବିଲକୁ ଯାଉଥିବା ବେଳେ ପ୍ରଖର ସୁଅରେ ଭାସିଗଲେ ଜଣେ ଚାଷୀ । ଆଉ ଶେଷରେ ତାଙ୍କର ମୃତ୍ୟୁ ହୋଇଛି । କେବଳ ସେତିକି ନୁହେଁ, ନୂଆ ବିବାହ କରି ସଂସାର ଗଢିଥିବା ଏଇ ଯୁବକଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆଗଡ ଗ୍ରାମପଞ୍ଚାୟତ ମୋରମରସିଂହ ଗ୍ରାମରେ । ସୂଚନା ଅନୁଯାୟୀ, ମୋରମରସିଂହ ଗ୍ରାମର କମ୍ବେଶ୍ୱର ପାଟ୍ଟଶାଣୀ । ତାଙ୍କର ବୟସ ୨୯ବର୍ଷ । କମ୍ବେଶ୍ୱର ଧାନ ଫସଲ ଦେଖିବାକୁ ସକାଳେ ଯାଇଥିଲେ । ବିଲକୁ ଯିବା ପାଇଁ ସେ ବାଧ୍ୟ ହୋଇ ନାଳ କଡ଼ ରାସ୍ତାରେ ଯିବାକୁ ପଡ଼ିଥିଲା । ତେବେ ବର୍ଷା ଅଧିକ ହେଉଥିବାରୁ ନାଳପାଣି ସମ୍ପୂର୍ଣ୍ଣ ପରିପୂର୍ଣ୍ଣ ଥିଲା । ପାଣିର ସୁଅ ମଧ୍ୟ ପ୍ରଖର ଥିଲା । କେନାଲ କଡ଼ରେ ପଶି କମ୍ବେଶ୍ୱର ଯାଉଥିବା ବେଳେ ହଠାତ୍ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ । କେନାଲରୁ ବାହାରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ପାଣି ସୁଅରେ ସେ ଭାସି ଯାଇଥିଲେ । କମ୍ବେଶ୍ୱର ୬ମାସ ପୂର୍ବରୁ ବିବାହ କରିଥିଲେ । ତାଙ୍କ ଅକାଳ ମୃତ୍ୟୁରେ ଗାଁ’ରେ ଶୋକର ଛାୟା ଖେଳିଯାଇଛି । କମ୍ବେଶ୍ୱରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ କସିଛନ୍ତି । ଗତ ୨୪ ଘଣ୍ଟା ଧରି ଖୋର୍ଦ୍ଧାରେ ମୂଷଳ ଧାରାରେ ବର୍ଷା ହୋଇଥିଲା । ଏନେଇ ପାଣିପାଗ ବିଭାଗ ମଧ୍ୟ ସତର୍କ ରହିବାରୁ କହିଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *