ଚଳନ୍ତା କାରରୁ ମହିଳାଙ୍କୁ ଫିଙ୍ଗିଦେଇ ଚାଲିଗଲେ, ଶେଷରେ….

ନୂଆଦିଲ୍ଳୀ: ତାମିଲନାଡୁରେ ଏକ ଭୟଙ୍କର ଘଟଣା ସିସିଟିଭିରେ କଏଦ ହୋଇଛି । ଜଣେ ଅଜଣା ମହିଳାଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଏକ କାରରୁ ଫିଙ୍ଗି ଦିଆ ଯାଇଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଗାଡି ତାଙ୍କ ଉପରେ ଚଢି ଯାଇଥିଲା । ତାମିଲନାଡୁର କୋଏମ୍ବାଟୁର ସ୍ଥିତ ଅବିନାଶୀ ରୋଡରେ ସୋମବାର ଏହି ଭୟାନକ ଘଟଣା ଘଟିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଏକ କାରରୁ ମହିଳାଙ୍କୁ ଫିଙ୍ଗା ଯାଇଥିବା ଜଣା ପଡିଥିଲା । ମାମଲାର ତଦନ୍ତ ପରେ ସିସିଟିଭି ଯାଞ୍ଚରୁ ଏକ ଧଳା ଏସୟୁଭିରୁ ମହିଳାଙ୍କୁ ଫିଙ୍ଗା ଯାଇଥିବା ଜଣା ପଡିଥିଲା । ଏସୟୁଭିରୁ ମହିଳାଙ୍କୁ ଫୋପାଡି ଦିଆଯିବା ପରେ ବିପରୀତ ଦିଗରୁ ଆସୁଥିବା ଦୁଇଟି ଗାଡି ତାଙ୍କ ଉପରେ ଚଢି ଯାଇଥିଲା । ଯେତେବେଳେ ପୋଲିସ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରାଗୁଡ଼ିକୁ ଯାଞ୍ଚ କରିଥିଲା, ତ ଏକ କ୍ୟାମେରାରେ ସ୍ପଷ୍ଟ ଭାବେ ନଜର ଆସିଥିଲା କି, ଜଣେ ମହିଳାଙ୍କୁ ଦ୍ରୁତ ଗତିରେ ଚାଲୁଥିବା ଏକ ସ୍କର୍ପିଓ କାରରୁ ରାସ୍ତାକୁ ଫିଙ୍ଗି ଦିଆଯାଉଛି । ପୋଲିସ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଥିଲା, ତ ମହିଳାଙ୍କ ଚେହେରା ଚିହ୍ନଟ କରିବା ମୁସ୍କିଲ ହୋଇ ପଡ଼ିଥିଲା । ଏହି ମାମଲାର ତଦନ୍ତ ପାଇଁ ପୋଲିସ ଅଧିକାରୀମାନଙ୍କର ଦୁଇଟି ଟିମ୍ ନିୟୋଜିତ ହୋଇଛନ୍ତି । ପୋଲିସ ଏହି କଥାର ଯାଞ୍ଚ କରୁଛି କି, ମହିଳାଙ୍କୁ କାରରୁ ବଞ୍ଚିଥିବା ଅବସ୍ଥାରେ ଫିଙ୍ଗି ଦିଆଯାଇଥିଲା ନା ଫିଙ୍ଗିବା ପୂର୍ବରୁ ମହିଳାଙ୍କ ମୃତ୍ୟୁ ଘଟି ସାରିଥିଲା । ପୋଲିସ ସିସିଟିଭି ଫୁଟେଜ୍‌ରୁ କାର ନମ୍ବର ଯାଞ୍ଚ କରୁଥିବା ବେଳେ ଘଟଣାରେ ସମ୍ପୃକ୍ତ ସ୍କର୍ପିଓ କାରକୁ ବି ଖୋଜାଖୋଜି କରୁଛି । ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟା ମାମଲା ହୋଇପାରେ ବୋଲି ପୋଲିସ ସନ୍ଦେହ ପ୍ରକାଶ କରିଛି । ସେପଟେ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *