ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଖେରଙ୍ଗ ପଞ୍ଚାୟତ ଅଧୀନ ଶାଶୁଭୂଆଷୁଣୀ ଗ୍ରାମର ଜଣେ ଶ୍ରମିକ କାମ କରିବାକୁ ଯାଇଥିବା ସୁଦୂର ଚେନ୍ନାଇଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ମୃତ ଶ୍ରମିକ ଗ୍ରାମର ଗୟାଧର ନାୟକଙ୍କ ପୁଅ ବିପିନ ନାୟକ(୩୬) ବୋଲି ଜଣାଯାଇଛି । ଗୁରୁବାର ସକାଳେ ବିପିନ ନାୟକଙ୍କ ମୃତଦେହ ଗାଁକୁ ଫେରିବା ପରେ ଚାନ୍ଦବାଲି ଡାକ୍ତରଖାନାକୁ ନିଆଯାଇ ସେଠାରେ ବ୍ୟବଚ୍ଛେଦ କରାଯାଇଥିଲା । କରୋନା ସଂକ୍ରମଣ କମିବାରୁ ଗତ ଦୁଇମାସ ତଳେ ନିଜର ଅଭାବ ସଂସାର ଚଳାଇବାକୁ ସେ ସୁଦୂର ଚେନ୍ନାଇ ଯାଇଥିଲେ । ହେଲେ ସେଠାରେ କାମ କରୁଥିବା ବେଳେ ହଠାତ୍ ବିପିନଙ୍କ ଦେହ ଖରାପ ହେବାରୁ ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସା ଚାଲିଥିବା ବେଳେ ବିପିନ ନାୟକ ମଙ୍ଗଳବାର ସନ୍ଧ୍ୟାରେ ମୃତ୍ୟୁବରଣ କରିଥିଲେ । ବିପିନ ନାୟକଙ୍କ ଜନ୍ମସ୍ଥାନ ଶାଶୁଭୂଆଷୁଣୀ ଗ୍ରାମ ହୋଇଥିବାବେଳେ ସେ ମାମୁଘର ରାମେଶ୍ୱରପୁର ଗ୍ରାମରେ ରହୁଥିଲେ । ବିପିନ ଛୋଟଥିଲା ବେଳେ ତାଙ୍କ ବାପା ଗୟାଧର କେଉଁଆଡ଼େ ଯାଇଛନ୍ତି ଯେ ଆଜି ଯାଏ ସେ ଘରକୁ ଫେରିନଥିବା ବେଳେ ତିନିବର୍ଷର ଏକ ଶିଶୁପୁତ୍ରକୁ ଛାଡ଼ି ବିପିନ ମଧ୍ୟ ଆଖି ବୁଜିଲେ । ବିପିନଙ୍କ ମୃତ୍ୟୁରେ ଶାଶୁଭୂଆଷୁଣୀ ଓ ରାମେଶ୍ୱରପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *