ମା’ ସାଜିଲା ପିଶାଚୀ : ରୋମାନ୍ସରେ ବାଧା ହେବାରୁ ମାରିଦେଲା ଶିଶୁକୁ

ଲଣ୍ଡନ : ମା ଓ ପିଲାର ସମ୍ପର୍କ ଦୁନିଆର ସବୁଠାରୁ ମିଠା ସମ୍ପର୍କ । ଏହା ଏତେ ଦୃଢ ହୋଇଥାଏ ଯେ ଦୁନିଆର କୌଣସି ଶକ୍ତି ସେମାନଙ୍କୁ ସହଜରେ ଅଲଗା କରି ନ ଥାଏ । ନିଜ ପିଲାର ସୁରକ୍ଷା ପାଇଁ ମା’ଟିଏ ସବୁକିଛି କରିପାରେ । ସେଥିପାଇଁ କୁହାଯାଏ ‘ବିପଦ ବେଳେ ରକ୍ଷା କରିବା ନେଇ ଭଗବାନ ସବୁବେଳେ ଆସିପାରନ୍ତି ନାହିଁ, ସେଥିପାଇଁ ପାଖରେ ମା’ ଦେଇଥାନ୍ତି ।’ ପୁଣି କୁହାଯାଏ ଯେ ପୁଅ ପଛେ କୁପୁତ୍ର ହୋଇପାରେ କିନ୍ତୁ ମା’ କୁମାତା ହୋଇପାରେ ନାହିଁ । କିନ୍ତୁ ଏମିତି ଜଣେ ମା’ ସେ ଏତେ ନିଚ୍ଚ କାମ କରିଛନ୍ତି ଯେ ଏ କଥା କହିବାକୁ ମଧ୍ୟ ସଂକୋଚ ଲାଗୁଛି । ସୂଚନା ଅନୁଯାୟୀ, ଇଂଲଣ୍ଡର ୱେଷ୍ଟ୍ ୟାର୍କରେ ରହୁଥିବା ଜଣେ ମହିଳା ତାଙ୍କ ମହିଳା ପାର୍ଟନରଙ୍କ ସହିତ ମିଶି ନିଜର ୧୬ ମାସର ଶିଶୁକୁ ନିର୍ଦ୍ଦୟଭାବେ ହତ୍ୟା କରିଛନ୍ତି । ସେମାନେ ତାଙ୍କ ରୋମାନ୍ସରେ ସେହି ଶିଶୁକୁ ପ୍ରତିବନ୍ଧକ ବୋଲି ଭାବୁଥିଲେ ।

ଯେତେବେଳେ ସେମାନେ ଭାବିଲେ ଯେ ପିଲାଟି ମରିଯାଇଛି ସେତେବେଳେ ଯାଇ ମେଡିକାଲ୍ ଟିମ୍‌କୁ ଡାକିଥିଲେ । ମେଡିକାଲ୍ ଟିମ୍ ପିଲାକୁ ଡାକ୍ତରଖାନା ନେଇଥିଲେ ବି ତା’ର ଜୀବନ ରକ୍ଷା ହୋଇ ପାରି ନ ଥିଲା । ଉଭୟ ହତ୍ୟାକାରୀ ଏଥିରୁ ନିଜକୁ ରକ୍ଷା କରିବା ପାଇଁ ନାଟକ କରିଥିଲେ ବି ସବୁ ଧରାପଡିଯାଇଛି । ସେମାନେ କହିଥିଲେ ଯେ ତାଙ୍କର ୨ ବର୍ଷର ଅନ୍ୟ ଜଣେ ପିଲା ତା’ ଉପରେ ଆକ୍ରମଣ କରିବାରୁ ତା’ ଜୀବନ ଚାଲିଯାଇଛି । ଯେତେବେଳେ ସରକାରୀ ଆମ୍ବୁଲାନ୍ସ ଘରେ ପହଞ୍ଚିଲା ନିର୍ଦ୍ଦୟ ମା’ ସେମାନଙ୍କୁ ମିଛ କହିଥିଲେ । ସେ କହିଥିଲେ ଯେ ତାଙ୍କର ୨ ବର୍ଷର ପୁଅ ତାକୁ ଆକ୍ରମଣ କରିବାରୁ ତା’ର ଏଭଳି ହୋଇଛି ।

ଡାକ୍ତରଖାନାରେ ପହଞ୍ଚିବା ପରେ ପିଲାଟିକୁ ମୃତ ଘୋଷଣା କରାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ଜଣାଗଲା ଯେ ୨ ବର୍ଷର ପିଲା ଏଭଳି ଗୁରୁତର ଆଘାତ ଦେଇପାରିବ ନାହିଁ । ଏହା ପରେ ପୋଲିସ୍ ତଦନ୍ତ ଆରମ୍ଭ ହୋଇଥିଲା । ପୋଲିସ ହାତରେ ସିସି ଟିଭି ଫୁଟେଜ୍ ଲାଗିଥିଲା । ଏଥିରେ ଉଭୟ ମହିଳା ନିରୀହ ପିଲାଟିକୁ ପିଟୁଥିବା ଦେଖାଯାଇଥିଲା । ଏହାପରେ ପୋଲିସ ସେମାନଙ୍କ ବିରୋଧରେ ହତ୍ୟା ଓ ଜୀବନନେବା ଆକ୍ରମଣ ମାମଲା ଦାୟର କରି କୋର୍ଟ ଚାଲାଣ କରିଛି । ଯଦି ସେମାନେ ଦୋଷୀ ପ୍ରମାଣିତ ହୁଅନ୍ତି ତେବେ ସେମାନଙ୍କୁ ଆଜୀବନ କାରାଦଣ୍ଡ ମିଳିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *