ଘର ଭିତରୁ ମିଳିଲା ପ୍ରଫେସର ଦମ୍ପତିଙ୍କ ଝୁଲନ୍ତା ମୃତଦେହ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ: ଫ୍ରଫେସର ଦମ୍ପତିଙ୍କ ଆତ୍ମହତ୍ୟା । ଅସୁସ୍ଥତା କାରଣରୁ ଅଧିକାଂଶ ସମୟ ଏହି ପ୍ରଫେସର ଦମ୍ପତି ଶଯ୍ୟାଶାୟୀ ଥିଲେ । ଫଳରେ ଏଥିରେ ଅତିଷ୍ଠ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ବୁଧବାର ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଫ୍ରଫେସର ଦମ୍ପତି ହେଲେ ରାକେଶ କୁମାର ଜୈନ(୭୪) ଓ ପତ୍ନୀ ଉଷା ରାକେଶ କୁମାର ଜୈନ(୬୯) । ଦିଲ୍ଲୀର ଏକ ୟୁନିଭର୍ସିଟିର ଫ୍ରଫେସର ଥିବା ରାକେଶ ଓ ଉଷା ଚାକିରିରୁ ଅବସର ନେଇଥିଲେ । ଗୋବିନ୍ଦପୁରୀ ଅଞ୍ଚଳରେ ଥିବା ବାସଭବନରେ ଷ୍ଟିଲ୍ ପାଇପ୍‌ରେ ଝୁଲନ୍ତା ଅବସ୍ଥା ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଘରର ଏକ ଟେବଲ୍ ଉପରେ ରଖାଯାଇଥିବା ୨ଟି ନୋଟ୍‌କୁ ପୋଲିସ୍ ଜତବ କରିଛି । ଦୁର୍ଘଟଣା ପରେ ଶଯ୍ୟାଶାୟୀ ହେବାକୁ ପଡ଼ିଲା । ଫଳରେ ଏଥିରେ ଅତିଷ୍ଠ ହୋଇ ଏଭଳି ଚରମ ପଦକ୍ଷେପ ନେବାକୁ ପଡ଼ିଲା ଦମ୍ପତି ଏହି ନୋଟ୍‌ରେ ଉଲ୍ଲେଖ କରିଛନ୍ତି । ବୁଧବାର ଅପରାହ୍ଣରେ କେୟାର ଟେକର ଅଜିତ, ରାକେଶ ଓ ଉଷାଙ୍କ ଘରକୁ ଯାଇଥିଲେ ।

ଅଜିତ ବାରମ୍ବାର ଘରର ବେଲ୍ ବଜାଇବା ସତ୍ତ୍ୱେ କେହି ଉତ୍ତର ଦେଇନଥିଲେ । ଶେଷରେ ଏନେଇ ସେ ରାକେଶଙ୍କ ଝିଅ ଅଙ୍କିତାଙ୍କୁ ଫୋନ୍ କରି ଜଣାଇଥିଲେ । ଅଙ୍କିତା ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଘର ଭିତରକୁ ପଶିଥିଲେ । ଏହାପରେ ଷ୍ଟିଲ୍ ପାଇପ୍‌ରେ ବାପାମା’ଙ୍କ ଝୁଲନ୍ତା ମୃତଦେହ ଦେଖିବା ପରେ ସେ ପୋଲିସ୍‌କୁ ଖବର ଦେଇଥିଲେ । ପୋଲିସ୍ ସୂଚନା ଅନୁସାରେ, ଗତ ବର୍ଷ ଏହି ବୃଦ୍ଧ ଦମ୍ପତି ଉତ୍ତର ପ୍ରଦେଶରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଏଥିରେ ଉଭୟ ଆହତ ହୋଇ ଶଯ୍ୟାଶାୟୀ ଥିଲେ । କେୟାର ଟେକର ଅଜିତ୍ ସେମାନଙ୍କର ଯତ୍ନ ନେଉଥିଲେ । ହେଲେ ଏଥିରେ ସେମାନେ ସନ୍ତୁଷ୍ଟ ନଥିଲେ । ଫଳରେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *