କାଳ ହେଲା ନିର୍ବାଚନ : ସ୍ତ୍ରୀ ନିର୍ବାଚନ ହାରିଯିବା ଖବର ସହ୍ୟ କରିପାରିଲେନି ସ୍ୱାମୀ, ଶେଷରେ….

ଭୋଜପୁର : କାଳ ହେଲା ନିର୍ବାଚନ । ସ୍ତ୍ରୀ ନିର୍ବାଚନ ହାରିଯିବା ଖବର ସହ୍ୟ କରିପାରିଲେନି ସ୍ୱାମୀ । ପରାଜୟ ଖବର ଶୁଣି ଜୀବନ ଚାଲିଗଲା । ବିହାର ଭୋଜପୁର ଜିଲ୍ଲାର ଚାରପୋଖରୀ ବ୍ଲକରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିକଟରେ ବିହାରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହୋଇଥିଲା । ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗଣନା ଚାଲିଛି । ଆଉ ଏହି ଭୋଟ୍ ଗଣନା ବେଳେ ଭୋଜପୁର ଜଣେ ପ୍ରାର୍ଥୀଙ୍କ ସ୍ୱାମୀଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କ ପରାଜୟକୁ ତାଙ୍କ ସ୍ୱାମୀ ଗ୍ରହଣ କରିପାରିନଥିଲେ । ସୂଚନା ଅନୁଯାୟୀ, ଭୋଜପୁର ଜିଲ୍ଲାର ଚାରପୋଖରୀ ବ୍ଲକର ଠାକୁର ସରପଞ୍ଚ ପଦ ପାଇଁ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା । ନିର୍ବାଚନରେ ସରପଞ୍ଚ ପଦ ପାଇଁ ଜଣେ ମହିଳା ପ୍ରାର୍ଥୀ ପରାଜିତ ହୋଇଥିଲେ । ଆଉ ପ୍ରାର୍ଥୀଙ୍କ ସ୍ୱାମୀ ଏହି ଖବର ପାଇବା ମାତ୍ରେ ସ୍ୱାମୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେ କେବେ ବି ଚିନ୍ତା କରିନଥିଲେ ତାଙ୍କ ସ୍ତ୍ରୀ ପରାଜିତ ହେବେ । ଆଉ ଏହି ଖବରକୁ ସେ ଗ୍ରହଣ କରିପାରିଲେ ନାହିଁ, ଆଉ ଅକାଳରେ ଚାଲିଗଲା ଜୀବନ । ମୃତ ବ୍ୟକ୍ତି ଜଣକ ଚାରପୋଖରୀ ବ୍ଲକର ଲିଲାରି ଗାଁର ବାସିନ୍ଦା ତଥା ଠାକୁର ସରପଞ୍ଚ ପ୍ରାର୍ଥୀ ଉଷା ଦେବୀଙ୍କ ସ୍ୱାମୀ ବୋଲି କୁହାଯାଉଛି । ମୃତକ ଜାନକୀ ସିଂ ଅଲ ହାଫିଜ କଲେଜରେ ପ୍ରଫେସର ଥିଲେ ବୋଲି କୁହାଯାଉଛି । ଅନ୍ୟପଟେ ଜାନକୀ ସିଂଙ୍କ ଅଚାନକ୍ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ପରିବାର ସଦସ୍ୟ । ନିର୍ବାଚନ ହାରିବା ପରେ ସ୍ୱାମୀଙ୍କ ଜୀବନ ଚାଲିଯିବାରୁ ସ୍ତ୍ରୀ ଭାଙ୍ଗି ପଡ଼ିଛନ୍ତି । ନୀରବ ହୋଇ ବସିଛନ୍ତି । ମୁହଁରୁ କଥା ବାହାରୁନି । ଘରେ କାନ୍ଦବୋବାଳି ପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *