ପାରିବାରିକ କଳହ ନେଲା ଉଗ୍ର ରୂପ: ସ୍ୱାମୀର ରଡ଼ ମାଡ଼ରେ ଚାଲିଗଲା ସ୍ତ୍ରୀର ଜୀବନ

ଭଦ୍ରକ : ଧାମରା ସାମୁଦ୍ରିକ ଥାନା ଅନ୍ତର୍ଗତ ବଳଭଦ୍ରନଗର ଗ୍ରାମର ଘରୋଇ କଳିକୁ ନେଇ ସ୍ୱାମୀର ରଡ ମାଡରେ ସ୍ତ୍ରୀ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଏହି ଗ୍ରାମର ଶ୍ରୀନିବାସ ଦାସଙ୍କ ପୁଅ ସୁବ୍ରତ ଗତ ୮ ମାସ ପୂର୍ବେ ତିହିଡି ବାଲିଚତୁରୀ ଗ୍ରାମର ବାବୁରାମ ଦାସଙ୍କ ଝିଅ ସସ୍ମିତାକୁ ବିବାହ କରିଥିଲେ । ଗତ କିଛିଦିନ ହେବ କୌଣସି କାରଣରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହେଉଥିଲା । ଉଭୟଙ୍କ ପାଟିତୁଣ୍ଡ ପାଇଁ ଉଭୟ ପକ୍ଷରୁ ଧାମରା ମେରାଇଥାନାରେ ଅଭିଯୋଗ ହେବା ପରେ ଉଭୟ ପକ୍ଷ ଥାନାରେ ଆପୋଷ ବୁଝାମଣା ଲିଖିତ ଜଣାଥିଲେ । ସୂଚନା ଅନୁଯାୟୀ, ସବୁଦିନ ପରି ଗତକାଲି ସସ୍ମିତା ଓ ସୁବ୍ରତ ମଧ୍ୟରେ ପୁଣି ପାଟିତୁଣ୍ଡ ହେବା ପରେ ସସ୍ମିତା ଉକ୍ତ ଗ୍ରାମର ମାମୁଁ ଶ୍ୱଶୁର ଘରକୁ ଆଶ୍ରୟ ନେବାକୁ ଚାଲିଯାଇଥିଲା । ହେଲେ ଆଜି କୌଣସି କାରଣରୁ ସୁବ୍ରତ ତାଙ୍କ ମାମୁଘରକୁ ଯାଇ ସସ୍ମିତାକୁ ଏକ ରଡ ସାହାଯ୍ୟରେ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲା । ସ୍ଥାନୀୟ ଲୋକେ ଦେଖି ତୁରନ୍ତ ସସ୍ମିତାଙ୍କୁ ବାସୁଦେବପୁର ଡାକ୍ତରଖାନା ପଠାଇଦେଇଥିବା ବେଳେ ସୁବ୍ରତକୁ କାବୁ କରି ଧାମରା ଥାନାରେ ଜିମା ଦେଇଥିଲେ । ଅନ୍ୟପକ୍ଷରେ ବାସୁଦେବପୁର ଡାକ୍ତରଖାନାରେ ସସ୍ମିତାକୁ ଡାକ୍ତର ମୃତ୍ୟୁ ବୋଲି ଘୋଷଣା କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *