ଚିକିତ୍ସାଳୟରେ ଚିକିତ୍ସା ଅବହେଳା : ଦେଖିଲେ ନାହିଁ ଡାକ୍ତର, ଚାଲିଗଲା ଜୀବନ

ପୁରୀ: ରାଜ୍ୟ ସରକାର ସମସ୍ତଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । କିନ୍ତୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅଭାବରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗରେ ଏପରି ଘଟିଥିବା ନେଇ ପରିବାର ପକ୍ଷରୁ ସିଡିଏମ୍‌ଓ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି । ଚନ୍ଦନପୁର ଥାନା ପୁରୁଷୋତ୍ତମ ବଲ୍ଲଭ ଗ୍ରାମର ସୂର୍ଯ୍ୟକାନ୍ତି ରଣା(୪୫) ବିଲରେ କାମ କରୁଥିବାବେଳେ ପୂର୍ବାହ୍ନ ୧୦ଟାରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା । ଘରକୁ ଫେରିବା ପରେ ସୂର୍ଯ୍ୟକାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବାରୁ ପରିବାର ଲୋକେ ୧୦୮ ଯୋଗେ ନେଇ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ମାତ୍ର ବହିର୍ବିଭାଗରେ ଡାକ୍ତର ପୀଡ଼ିତାଙ୍କୁ ଦେଖିବାରେ ବିଳମ୍ବ କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ବିଳମ୍ବରେ ଡାକ୍ତର ଆସି ସୂର୍ଯ୍ୟକାନ୍ତିଙ୍କୁ ପରୀକ୍ଷା କରି ମହିଳା ଭେଷଜ ବିଭାଗକୁ ଚିକିତ୍ସା ପାଇଁ ପଠାଇଥିଲେ । ସେଠାରେ ପହଞ୍ଚିବା ପରେ ମଧ୍ୟ କେହି ଚିକିତ୍ସା କରିନଥିଲେ । ଫଳରେ ରୋଗୀ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁବରଣ କରିଥିଲେ । ତେବେ ଏହାର ଦୁଇଘଣ୍ଟା ପରେ ଅର୍ଥାତ୍ ୧୨ଟା ୫୦ରେ ଡାକ୍ତର ଆସି ପରୀକ୍ଷା କରି ମହିଳାଙ୍କୁ ମୃତ ଘୋଷଣା କରି ଚାଲିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ଲୋକେ ୱାର୍ଡରେ ପାଟିତୁଣ୍ଡ କରିଥିଲେ । ମୃତ ମହିଳାଙ୍କ ୩ ନାବାଳିକା ଝିଅଙ୍କର ବୁକୁଫଟା କାନ୍ଦଣା ମେଡିକାଲରେ ଉପସ୍ଥିତ ରୋଗୀ ଓ ସମ୍ପର୍କୀୟମାନଙ୍କୁ ସ୍ତବ୍ଧ କରିଦେଇଥିଲା । ଘଟଣାସ୍ଥଳରେ ଡାକ୍ତରଖାନା ଫାଣ୍ଡି କର୍ମଚାରୀ ପହଞ୍ôଚ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ । ଏନେଇ ମୃତକଙ୍କ ପରିବାର ପକ୍ଷରୁ ସିଡିଏମ୍‌ଓଙ୍କ ସମେତ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *