ପରିବାର ଲୋକଙ୍କୁ ନଜଣାଇ ପୋତିଥିଲେ ଶବ, ହଟହଟା ପୁଲିସ

ଟାଙ୍ଗୀ: ଟାଙ୍ଗୀ ଥାନା ଅଞ୍ଚଳର ଏକ ମୃତ୍ୟୁ ଘଟଣାକୁ ନେଇ ପୋଲିସ ହଟହଟା ହୋଇଛି । ପୂରା ଦିନ ତାମାମ୍ ଟାଙ୍ଗୀ ଥାନା ପରିସରରେ ହୋହାଲ୍ଲା ଲାଗିରହିଛି । ସୂଚନା ଅନୁଯାୟୀ ରାଣୀହାଟ ଶଗଡ଼ିଆ ସାହିର ଶଶି ଦାସଙ୍କ ପୁଅ ଜିତୁ ଦାସ ୧୦ ଦିନ ହେବ ନିଖୋଜ ଥିଲେ । ଗତ ୨୧ ତାରିଖ ସକାଳୁ ଉକ୍ତ ନାଳରେ ଦୁର୍ଗନ୍ଧ ହେବାରୁ ଲୋକେ ଦେଖିବାରୁ ଶବ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ମାତ୍ର ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରି ବିନା ଖୋଳତାଡ଼ରେ ଟାଙ୍ଗୀ ଶ୍ମଶାନରେ ଶବଟିକୁ ପୋତି ଦେଇଥିଲା । ତେବେ ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ପରିବାର ଲୋକେ ଜାଣି ଟାଙ୍ଗୀ ଥାନାରେ ହୋହାଲ୍ଲା କରିଥିଲେ । ସେମାନେ ଠିକାଦାର ପ୍ରଶାନ୍ତ ନାମକ ବ୍ୟକ୍ତିକୁ ଗିରିଫ କରିବାକୁ କହିଥିଲେ । କାରଣ ଘଟଣା ଦିନ ଟାଙ୍ଗୀ ଥାନା ହରିଅନ୍ତା ପଞ୍ଚାୟତ ବେଲେତେରୁଆଁ ଗ୍ରାମ ନିକଟରେ କାଲଭୂତ କେନାଲରୁ ଦଳ ସଫା କରିବାକୁ ଜଣେ ଠିକାଦାର ୫ଜଣ ବ୍ୟକ୍ତିଙ୍କୁ ଆଣି ଆସିଥିଲେ । ହେଲେ ଜଣେ ବୁଡି ଯିବାରୁ ଠିକାଦାର ୪ଜଣକୁ ନେଇ ସେଠାରୁ ପଳାଇଥିବା ସ୍ଥାନୀୟ ଲୋକେ ଦେଖିଥିବା କହିଥିଲେ । ପରେ ଜିତୁକୁ ପୋତାଯାଇଥିବା ସ୍ଥାନ ଦେଖିବା ପାଇଁ ପରିବାର ଲୋକେ ଅଡ଼ି ବସିଥିଲେ । ଏଥିଯୋଗୁଁ ପୋଲିସକୁ ହଟହଟା ହେବାକୁ ପଡ଼ିଛି । ପୋଲିସ କ’ଣ ପାଇଁ ପରିବାର ଲୋକଙ୍କୁ ନଜଣାଇ ଶବ ପୋତିଥିଲା ସେ ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *