ଏମିତି ବି ଆସେ ମୃତ୍ୟୁ

ନବରଙ୍ଗପୁର : ରାସ୍ତାକଡ଼ରେ ବିଶ୍ରାମ ନେଉଥିବା ଦଂପତିଙ୍କ ଉପରେ ବାଇକ୍‌ ଚଢ଼ିଯାଇଛି। ଏଥିରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସ୍ତ୍ରୀ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ହାତୀବାଡି ଗ୍ରାମ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ବାଇକ ଆରୋହୀ ଗୁରୁତର ହୋଇ ଝରିଗାଁ ମେଡ଼ିକାଲ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ,   ଝରିଗାଁ ବ୍ଲକ ସଦରରେ ଥିବା ତାଳିଆମ୍ବା ସାହିର ବୃନ୍ଦାବନ ମାଝୀ (୫୦) ଏବଂ ସ୍ତ୍ରୀ ହୀରାମଣି ମାଝୀ ଗତ ଶିବରାତ୍ରୀ ଦିନ ୨୫ କିଲୋମିଟର ଦୂର ରାଇଘର ବ୍ଳକର କଲମଡ଼ଙ୍ଗରୀ ଶିବ ମନ୍ଦିରକୁ ଯାଇଥିଲେ। ସେଠାରେ ଦୁଇ ଦିନ ରହିବା ପରେ ଆଜି ସାଇକେଲରେ ନିଜ ଘରକୁ ଫେରିବା ବେଳେ ହାତୀବାଡି ଗ୍ରାମ ନିକଟରେ ବିଶ୍ରାମ ନେବା ପାଇଁ ରାସ୍ତା କଡ଼ର ବହୁ ଦୂରରେ ବସିଥିଲେ। ତେବେ ହାତିବାଡି ଗ୍ରାମର ହେମନ୍ତ ଗୌଡ଼ (୨୨) ଝରିଗାଁ ସାପ୍ତାହିକ ହାଟ ସାରି ଘରକୁ ଫେରୁଥିବା ବେଳେ ରାସ୍ତାକଡ଼ରେ ବସିଥିବା ବୃନ୍ଦାବନ ମାଝୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବୃନ୍ଦାବନଙ୍କ ମୃତ୍ୟୁ ହୋଇଯାଇଥିଲା। ବାଇକ ଆରୋହୀ ମଧ୍ୟ ରାସ୍ତା କଡରେ ଝିଟିକି ପଡ଼ି ଗୁରୁତର ହୋଇଥିଲେ।

ପରେ ସ୍ଥାନୀୟ ଲୋକ ହେମନ୍ତଙ୍କୁ ଅଟୋ ଯୋଗେ ଝରିଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଅନ୍ୟପକ୍ଷେ ଝରିଗାଁ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବାଇକ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମୃତ ବୃନ୍ଦାବନକୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *