ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭରତପୁର ଥାନା ଅନ୍ତର୍ଗତ ଘାଟିକିଆର ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଘାଟିକିଆର ବସନ୍ତ ଦାଶଙ୍କ ପୁଅ ରାଜେନ୍ଦ୍ର କୁମାର ଦାଶ(୩୯) । ପାରିବାରିକ ସମସ୍ୟାରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ରାଜେନ୍ଦ୍ର ଓ ତାଙ୍କ ସ୍ତ୍ରୀ’ ମଧ୍ୟରେ ବହୁ ସମୟରେ ଝଗଡା ହେଉଥିଲା । ଏଥିପାଇଁ ତାଙ୍କ ସ୍ତ୍ରୀ’ ବହୁ ସମୟରେ ବାପଘରେ ରହୁଥିଲେ । ଏନେଇ ରାଜେନ୍ଦ୍ର ମାନସିକ ଚିନ୍ତାରେ ଦିନ କାଟୁଥିଲେ । ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ରାଜେନ୍ଦ୍ର ବଜାରରୁ ଘରକୁ ଫେରିଥିଲେ । ଖାଦ୍ୟ ଖାଇସାରି ନିଜ ରୁମ୍‌କୁ ଶୋଇବାକୁ ଯାଇଥିଲେ । ହେଲେ ବୁଧବାର ସକାଳୁ ରାଜେନ୍ଦ୍ର ଉଠିନଥିଲେ । ଦିନ ପ୍ରାୟ ୧୨/୧ ବେଳକୁ ଘରେ ଡାକିଥିଲେ ମଧ୍ୟ ରାଜେନ୍ଦ୍ର ଶୁଣିନଥିଲେ । ସନ୍ଦେହ ହେବାରୁ ଘରେ ଛାତ ଉପରକୁ ଯାଇ ସ୍କାଇଲାଇଟ୍‌ରେ ଦେଖିବା ବେଳକୁ ରାଜେନ୍ଦ୍ର ବେକରେ ରଶି ଲଗାଇ ଝୁଲିପଡ଼ିଛନ୍ତି । ଏନେଇ ଘରଲୋକ ସଙ୍ଗେସଙ୍ଗେ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଭରତପୁର ଥାନା ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ଜବତ କରିଥିଲା । ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ । ଏହାପରେ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *