ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

ଉଦଳା : ଘରୋଇ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ଅତି ନିର୍ଦ୍ଦୟ ଭାବେ ଠେଙ୍ଗାରେ ପିଟି ପିଟି ମାରିଦେଲା ସ୍ଵାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି କପ୍ତିପଦା ଥାନା କରପଦା ଗ୍ରାମରେ । ସୂଚନାଯୋଗ୍ୟ ଯେ, କରପଦା ଗ୍ରାମର କାହ୍ନୁ ହାଁସଦା ବୁଧବାର ରାତିରେ କାମ ସାରି ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ସ୍ତ୍ରୀ ଫୁଲ ହାଁସଦାକୁ ଖାଇବାକୁ ମାଗିଥିଲେ । ହେଲେ ଫୁଲ ଖାଇବାକୁ ଦେଇ ନଥିଲେ । ଯାହାକୁ ନେଇ ଉତକ୍ଷିପ୍ତ ହୋଇ ସ୍ଵାମୀ କାହ୍ନୁ ଏକ ଠେଙ୍ଗାରେ ସ୍ତ୍ରୀକୁ ପିଟି ପିଟି ଗୁରୁତର କରିଥିଲା । ତେବେ ଭୋର ସମୟରେ ଯେତେବେଳେ ଫୁଲକୁ ତାଙ୍କ ସ୍ଵାମୀ ଡାକିଥିଲେ ସେ ଉଠି ନଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସେ ଜାଣିବାକୁ ପାଇଥିଲେ । ଏହି ଖବର ଜଣାପଡିବା ପରେ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ତ୍ବରାନ୍ବିତ କରିଛି । ଅନ୍ୟପଟେ କପ୍ତିପଦା ପୋଲିସ ଅଭିଯୁକ୍ତ ଜହ୍ଲାଦ ସ୍ଵାମୀ କାହ୍ନୁ ହାଁସଦାକୁ ଗିରଫ କରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *