ମୃତ ସ୍ତ୍ରୀ ସହ ସ୍ୱାମୀ ବିତାଇଲେ ୪ଦିନ

କେନ୍ଦୁଝର: ମୃତ ସ୍ତ୍ରୀ ସହ ସ୍ୱାମୀ ବିତାଇଲେ ୪ଦିନ । ମୃତ ସ୍ତ୍ରୀ ସହ ଗୋଟିଏ କୋଠରୀରେ ଖିଆପିଆ କରିବା ସହ ଗୋଟିଏ ଖଟରେ ଶୋଇଥିଲେ ସ୍ୱାମୀ । ଖାଇବା ବେଳେ, ମୃତ ସ୍ତ୍ରୀଙ୍କୁ ଖୁଆଇ ମଧ୍ୟ ଦେଉଥିଲେ । ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡା ଥାନା ରୂପାସାହିରେ । ସୂଚନା ଅନୁଯାୟୀ, ସୁରେନ୍ କାରୁଆଙ୍କ ସ୍ତ୍ରୀ ସୁନୀତାଙ୍କର ଦେହ ଖରାପ ଥିଲା । ସେ ଚଳପ୍ରଚଳ କରି ପାରୁନଥିଲେ । ସ୍ତ୍ରୀ ସୁନୀତାଙ୍କୁ ଡାକ୍ତରଖାନା ନେବା ବଦଳରେ ଘରେ ପକାଇ ରଖିଥିଲେ ସ୍ୱାମୀ ସୁରେନ୍ । ସୁରେନ୍ ଜଣେ ମାନସିକ ବିକାରଗ୍ରସ୍ତ ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ । ସ୍ତ୍ରୀ ସୁନୀତଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ଏହା ଜାଣି ପାରି ନଥିଲେ ସୁରେନ୍ । ସୁରେନଙ୍କର ପ୍ରଥମ ସ୍ତ୍ରୀଙ୍କର ମୃତ୍ୟୁ ପରେ ସୁନୀତାଙ୍କୁ ସେ ଦ୍ୱିତୀୟ ବିବାହ କରିଥିଲେ । ସୁରେନ୍ ଓ ସୁନୀତାଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ଲାଗୁଥିବା ପଡ଼ୋଶୀମାନେ କହିଛନ୍ତି । ମୃତ୍ୟୁ ସମୟରେ ସୁନୀତା ଗର୍ଭବତୀ ଥିବା ଜଣାପଡ଼ିଛି । ସୋମବାରଠାରୁ ମୃତଦେହ ଘର ଭିତରେ ପଡି ରହିଥିବା ବେଳେ, ଗୁରୁବାର ଦିନ ଦୁର୍ଗନ୍ଧ ବାହାରିବାରୁ ଘଟଣା ସମ୍ପର୍କରେ ଜଣାପଡିଥିଲା । ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ, ଶବ ବ୍ୟବଚ୍ଛେଦ ପାଇଁ ପଠାଇ ସୁରେନ୍ କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ୍ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *