ବାଇକ୍ ଉପରେ ଚଢ଼ିଗଲା ହାଇୱା, ଚାଲିଗଲା ହୋମଗାର୍ଡଙ୍କ ଜୀବନ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କାୟଥପଲ୍ଲା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ରେ ଜଣେ ମୃତ ଓ ୨ ଗୁରୁତର । ମୃତକ ଜଣକ ହେଉଛନ୍ତି ଗଣେଶ ବାରିକ । ଗଣେଶ ଟାଙ୍ଗୀ ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ସୂଚନା ଅନୁଯାୟୀ, ଗଣେଶ ଏକ ବାଇକରେ ନିଜ ବଡ ବୋଉଙ୍କୁ ଧରି ନାଚୁଣୀ ଅଭିମୁଖେ ଯାଉଥିବା ବେଳେ ପଛପଟୁ ଏକ ହାଇୱା ଟ୍ରକ ବାଇକୁ ଶକ୍ତଧକ୍କା ଦେଇଥିଲା । ଯାହ ଫଳରେ ବାଇକ୍ ଚାଳକ ରାସ୍ତାକୁ ଛିଟିକି ପଡିଥିଲେ ଓ ତାଙ୍କ ମୁଣ୍ଡ ଉପରେ ଟ୍ରକ ଚକ ଚଢି ଯାଇଥିଲା । ଘଟଣା ସ୍ଥଳରେ ଗଣେଷଙ୍କର ପ୍ରାଣ ବାୟୁ ଉଡିଯାଇଥିଲା । ଦୁର୍ଘଟଣାରେ ତାଙ୍କ ବଡବୋଉ ଗୁରୁତର ଆହାତ ହୋଇଥିବାରୁ ତାଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି । ଉତ୍ୟକ୍ତ ଗ୍ରାମବାସୀ ଶବକୁ ରଖି ଟାୟାର ଜାଳି ଜାତୀୟ ରାଜପଥରେ ମୃତକକୁ କ୍ଷେତି ପୂରଣ ଦେବା ସହ ଏଠାରେ ଏକ ଓଭର ବ୍ରିଜ୍ ନିର୍ମାଣ ପାଇଁ ଦାବି କରିଥିଲେ । ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଧାରଣାରତ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମାଧାନ ନିମନ୍ତେ ପ୍ରତିଶ୍ରୁତି ପରେ ଧାରଣା ହଟିଥିଲା । ସେପଟେ ଦୁର୍ଘଟଣା ଘଟାଇଥିବା ଗାଡିକୁ ନାଚୁଣୀରୁ ଠାବ କରିବାରେ ସଫଳ ହୋଇଛି ଟାଙ୍ଗୀ ପୋଲିସ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *