ସାବତ ମା’ ଝିଅ ସାଥିରେ କ’ଣ କଲା ଜାଣିଲେ ହୋସ୍ ଉଡ଼ିବ….

ଗଞ୍ଜାମ : ଧରାକୋଟ ଥାନା ଅନ୍ତର୍ଗତ ହିରାଖଣ୍ଡି ଗ୍ରାମର ୧୭ ବର୍ଷୀୟ ଯୁବତୀ ଝରଣା ଦାସଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ସାବତ ମା\’ ବିଷ ଦେଇ ମାରିଥିବା ନେଇ ହିରାଖଣ୍ଡି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଧରାକୋଟ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ତଦନ୍ତ ଅଧିକାରୀ ଏଏସ୍‌ଆଇ ବଳରାମ ରାଉତ କହିଛନ୍ତି ।

ହିରାଖଣ୍ଡି ଗ୍ରାମ ସଭାପତି ପଦ୍ମଚରଣ ପ୍ରଧାନଙ୍କ କହିବା ପ୍ରକାରେ ଗ୍ରାମର ଶିବରାମ ଦାସଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ପ୍ରାୟ ୧୫ ବର୍ଷ ତଳେ ବିଳାସ ଦାସଙ୍କ ସହ ବିବାହ କରିଥିଲେ । ଶିବରାମଙ୍କ ପ୍ରଥମ ସ୍ତ୍ରୀଙ୍କ ଗୋଟିଏ ପୁଅ ଓ ଝିଅ ରହିଛି । ହେଲେ ସାବତ ପୁଅ ମୁନା ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବା ବେଳେ ସାବତ ଝିଅ ଝରଣା ସାବତ ମା\’ ପାଖରେ ରହୁଥିଲେ । ବାପା ଶିବରାମ ମଧ୍ୟ କେରଳରେ ରହୁଥିବା ବେଳେ ସାବତ ମା\’ ଝିଅ ଝରଣାକୁ ବାରମ୍ବାର ଅସହ୍ୟ ଶାରିରୀକ ନିର୍ଯାତନା ଦେଇ ଆସୁଥିଲେ । ଯାହାକୁ ଗ୍ରାମବାସୀ ମଧ୍ୟ ବହୁବାର ବିରୋଧ କରୁଥିଲେ । ସବାତ ମା’ ହଠାତ୍ ଝରଣାକୁ କ\’ଣ ହୋଇଯାଇଛି ବୋଲି ପଡିଶା ଘର ଆଖପାଖ ଲୋକଙ୍କୁ ଜଣାଇଥିଲେ ।

ଝରଣାକୁ ଆସିକା ମେଡିକାଲକୁ ନେବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ଗ୍ରାମବାସୀ ସହଜରେ ଗ୍ରହଣ କରିପାରିପାରୁନାହାନ୍ତି । ଗ୍ରାମବାସୀ ଏକତ୍ରିତ ହୋଇ ଶବକୁ ପୋଡିବାକୁ ନ ଦେଇ ଧରାକୋଟ ପୋଲିସକୁ ଖବର ଦେଇଥିଲେ । ଝରଣାଙ୍କ ସାବତ ମା’ହିଁ ବିଷ ଦେଇ ମାରିଥିବା ନେଇ ଗ୍ରାମବାସୀ ପୋଲିସ୍ ନିକଟରେ ଅଭିଯୋଗ କରିଛନ୍ତି । ଧରାକୋଟ ପୋଲିସ ତଦନ୍ତ କରୁଛି । ଅନ୍ୟପକ୍ଷରେ ମୃତକଙ୍କ ସାବତ ମାଆ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଝିଅ ଝରଣା କେଉଁ ପୁଅ ସହ ଫୋନରେ କଥା ହେଉଥିବାରୁ ସେ ଝିଅକୁ ରାସ୍ତାକୁ ଆଣିବା ପାଇଁ ତାଗିଦ୍ କରୁଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *