ଗୁଣି ସନ୍ଦେହରେ ବୃଦ୍ଧଙ୍କ ମୁଣ୍ଡ କାଟି ଗାତ ଖୋଳି ପୋତିଦେଲେ ଦୁର୍ବୃତ୍ତ

ଗଞ୍ଜାମ : ଗୁଣି ସନ୍ଦେହରେ ଦୁର୍ବୃତ୍ତଙ୍କ ବର୍ବରତା । ଗଞ୍ଜାମ ଜିଲ୍ଲାରେ ଘଟିଥିବା ଏକ ଘଟଣାରୁ ତାହା ଜଣାପଡ଼ିଛି । ଦୁର୍ବୃତ୍ତମାନେ ଜଣେ ବୃଦ୍ଧଙ୍କ ମୁଣ୍ଡଗଣ୍ଡି କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ହତ୍ୟା ପରେ ମୃତଦେହକୁ ଜଙ୍ଗଲରେ ପୋତି ଦେଇଛନ୍ତି । ଏହି ଘଟଣାରେ ପୋଲିସ ୩ଜଣ ମହିଳାଙ୍କ ସମେତ ୫ଜଣଙ୍କୁ ଅଟକ ରଖିଛି । ମୃତ ବୃଦ୍ଧ ହେଲେ, ଖଲ୍ଲିକୋଟ ଥାନା ଅଧୀନ ବାଣିଆ ପଞ୍ଚାୟତ ବି.ନୂଆପଲ୍ଲୀ ଗ୍ରାମର ଯୁଧିଷ୍ଠିର ପ୍ରଧାନ (୬୦) । ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ଯୁଧିଷ୍ଠିର ସାଇକେଲ୍‌ରେ ଆଲିପୁର ଗ୍ରାମକୁ ଯାଇ ନୂ୍‌ଆପଲ୍ଲୀ ଫେରୁଥିବା ସମୟରେ ହଠାତ୍ ନିଖୋଜ ହୋଇଯାଇଥିଲେ । ପରିବାରବର୍ଗ ବହୁ ଖୋଜାଖୋଜି କରି ବି ତାଙ୍କୁ ଠାବ କରିପାରି ନଥିଲେ । ଗୁଣିଗାରେଡ଼ିକୁ ନେଇ ଯୁଧିଷ୍ଠିରଙ୍କ ଉପରେ ଗାଁର କିଛି ଲୋକ ସନ୍ଦେହ କରିଆସୁଥିଲେ । ଫଳରେ କିଛି ଅଘଟଣର ଆଶଙ୍କା କରି ଯୁଧିଷ୍ଠିରଙ୍କ ସାନଭାଇ ଥାନାରେ ଏତଲା ଦେବାପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ଗାଁର କିଛି ଲୋକଙ୍କୁ ଆଣି ଜେରା କରିଥିଲା । ସେମାନଙ୍କ ବୟାନ ଆଧାରରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଯୁଧିଷ୍ଠିରଙ୍କୁ ଆକ୍ରମଣ କରି ହତ୍ୟା କରିବା ପରେ ଶବକୁ ପୋତି ଦିଆଯାଇଥିବା ଜଣାପଡ଼ିଛି । ଯୁଧିଷ୍ଠିରଙ୍କୁ ହତ୍ୟା କରିବା ପରେ ଗାଁ ଠାରୁ ୨୦୦ ମିଟର ଜଙ୍ଗଲରେ ଗାତ ଖୋଳି ପୋତି ଦିଆଯାଇଥିଲା । ଗାତ ନିକଟରେ ପୋଲିସ ମୁତୟନ ହୋଇଥିବାବେଳେ ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ବାହାର କରାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *