ମହାପ୍ରଭୁଙ୍କ ଦର୍ଶନ ବେଳେ ଶ୍ରୀମନ୍ଦିରରେ ଚାଲିଗଲା ଭକ୍ତଙ୍କ ପ୍ରାଣ

ପୁରୀ: ମହାପ୍ରଭୁଙ୍କ ଦର୍ଶନ ବେଳେ ଶନିବାର ଶ୍ରୀମନ୍ଦିରରେ ଜଣେ ଭକ୍ତଙ୍କ ପ୍ରାଣ ଚାଲିଯାଇଛି । ଉକ୍ତ ଭକ୍ତ ଜଣକଙ୍କ ଘର କଟକର ହୋଇଥିବା ବେଳେ ତାଙ୍କ ନା’ ମନୋହର ଲାଲ( ୭୨ ) ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ , ଆଜି ପୂର୍ବାହ୍ନ ସମୟରେ ମନୋହର ବାହାର କବାଟରୁ ମହାପ୍ରଭୁଙ୍କ ଦର୍ଶନ କରି ଘଣ୍ଟିଦ୍ୱାର ଦେଇ ଫେରିବା ବେଳେ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ମନୋହରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *