ଏହି ଲେଡି ଡନଙ୍କ ନା’ ଶୁଣିଲେ ଥରୁଥିଲା ଦାଉଦ ଇବ୍ରାହିମ

ମୁମ୍ବାଇ: ବର୍ତ୍ତମାନ ସମୟରେ ଅଣ୍ଡରୱାର୍ଲ୍ଡ ଦୁନିଆରେ ଦାଉଦ ଇବ୍ରାହିମ ଠାରୁ ବଡ଼ ନାମ ବୋଧେ ନାହିଁ । କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ ଡନ୍ ବାବଦରେ କହୁଛୁ ତାଙ୍କୁ ଦାଉଦ ଇବ୍ରାହିମ୍ ମଧ୍ୟ ଡରୁଥିଲା । ଏହି ଡନଙ୍କ ଇସାରାରେ ମୁମ୍ବାଇର ମାଫିଆ ନିୟନ୍ତ୍ରଣ ହେଉଥିଲା । ଆମେ ମୁମ୍ବାଇର ପ୍ରଥମ ଲେଡି ଡନ୍ ଜେନାବାଇ ଦାରୁୱାଲାଙ୍କ ବାବଦରେ କହୁଛୁ । କୁହାଯାଏ ଯେ ଦାଉଦ ଇବ୍ରାହିମ୍ ଲେଡି ଡନ୍ ଜେନାବାଇ ଦାରୁୱାଲାଙ୍କ ବିନା ନିର୍ଦ୍ଦେଶରେ କୌଣସି କାମ କରୁନଥିଲେ । କେବଳ ଏତିକି ନୁହେଁ ମୁମ୍ବାଇର କୁଖ୍ୟାତ ଡନ୍ ହାଜି ମସ୍ତାନ୍ ମଧ୍ୟ ଏହି ଲେଡି ଡନଙ୍କ ନିର୍ଦ୍ଦେଶକୁ ହିଁ ମାନୁଥିଲା । ମୁମ୍ବାଇର ଡୋଙ୍ଗ୍ରି ଅଞ୍ଚଳରେ ରହୁଥିବା ଏହି ପରିବାରର ଆର୍ôଥକ ଅବସ୍ଥା ସେତେ ଭଲ ନଥିଲା । କୁହାଯାଏ ଯେ ଜେନାବାଇ ଅଳ୍ପ ବୟସରେ ବିବାହ କରିଥିଲେ । ବିବାହ ପରେ ତାଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ଭଲ ନଥିଲା ।

ତେଣୁ ତାଙ୍କ ସ୍ୱାମୀ ତାଙ୍କର ୫ ସନ୍ତାନଙ୍କୁ ଛାଡି ପାକିସ୍ତାନ ଚାଲି ଯାଇଥିଲେ । ଅଣ୍ଡରୱାର୍ଲଡ ଦୁନିଆକୁ ଆସିବା ଏବଂ ଜେନବରୁ ଜେନାବାଇ ଦାରୁୱାଲା ହେବା ପଛରେ ଏକ ରୋଚକ କାହାଣୀ ଅଛି । କୁହାଯାଏ ଯେ ଜେନାବାଇ ପ୍ରଥମେ ଟଙ୍କା ରୋଜଗାର ପାଇଁ ଚାଉଳ ବିକ୍ରୟ କରୁଥିଲେ । ଏହା ପରେ ସେ ଧୀରେ ଧୀରେ ଚାଉଳ ଚୋରା ଚାଲାଣ ଆରମ୍ଭ କଲେ । ଚାଉଳ ବ୍ୟବସାୟ ଅନେକ ଦିନ ଧରି କରିବା ପରେ ମଧ୍ୟ ଜେନାବାଇ ଏହି ବ୍ୟବସାୟରେ କ୍ଷତି ସହିଥିଲେ । ଏହା ପରେ ଜେନାବାଇ ବେଆଇନ ମଦ ବ୍ୟବସାୟରେ ପ୍ରବେଶ କଲେ । ଜେନାବାଇ ଡୋଙ୍ଗ୍ରିରେ ମଦ ତିଆରି କରି ବିକ୍ରି କରୁଥିଲେ । ଜେନାବାଇର ଏହି ବ୍ୟବସାୟ ଦୀର୍ଘ ସମୟ ଧରି ଚାଲିଥିଲା ।

ସେ ଏହି ବ୍ୟବସାୟରୁ ବହୁତ ଟଙ୍କା ରୋଜଗାର କରିଥିଲେ । ଧୀରେ ଧୀରେ ସେ ଏହି ବ୍ୟବସାୟରେ ଏତେ ସଫଳ ହେଲେ ଯେ ସେ ମୁମ୍ବାଇ ଏବଂ ଡୋଙ୍ଗ୍ରି ଉପରେ ଶାସନ କରିବା ଆରମ୍ଭ କଲେ ଏବଂ ଏହି ବ୍ୟବସାୟ ତାଙ୍କୁ ଏକ ନୂତନ ନାମ ଜେନାବାଇ ଦାରୁୱାଲୀ ଦେଇଥିଲା । ୭୦ ଦଶକରେ ଜେନାବାଇ ମୁମ୍ବାଇର ମାଫିଆ ରାଣୀ ହୋଇଥିଲେ । ଅଣ୍ଡରୱାର୍ଲ୍ଡ ଦୁନିଆରେ ଜେନାବାଇଙ୍କ ନା’ ପରାମର୍ଶରେ କୌଣସି କାମ ହେଉନଥିଲା । ଅଣ୍ଡରୱାର୍ଲଡ ଦୁନିଆରେ ନିଜର ନାମ ବନାଇବାକୁ ଚେଷ୍ଟା କରୁଥିବା ଦାଉଦ ଇବ୍ରାହିମ୍ ସେହି ସମୟରେ ଜେନାବାଇ ଦାରୁୱାଲାଙ୍କ ଆଦେଶକୁ କେବେ ବି ଖଣ୍ଡନ କରିପାରୁ ନଥିଲା । ଏହି ମାଫିଆ ରାଣୀଙ୍କୁ ହାଜି ମସ୍ତାନ୍‌, କରିମ୍ ଲାଲା ଏବଂ ଦାଉଦ ଇବ୍ରାହିମ୍ – ମାସି ନାମରେ ଡକାଯାଉଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *