ପରିବେଶ ସୁରକ୍ଷା ପାଇଁ ଡାଲମିଆ ସିମେଣ୍ଟ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ଏହାର ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସଆର) ମାଧ୍ୟମରେ ଲାଞ୍ଜିବେର୍ଣ୍ଣକ୍ଷ ଏବଂ ଏହାର ପାର୍ଶ୍ୱବର୍ତ୍ତି ଗ୍ରାମ ଗୁଡିକରେ ବୃକ୍ଷରୋପଣ କରିବା ସହିତ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣର ମହତ୍ତ୍ୱପୁର୍ଣ ଭୂମିକା ଉପରେ ସଚେତନତା ସୃଷ୍ଟି କରି ଆସୁଅଛି । ଏହି କାର୍ଯ୍ୟକ୍ରମରେ ନିକଟରେ କିଛି ଗ୍ରାମ ରେ ବୃକ୍ଷରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଶିକ୍ଷାନୁଷ୍ଠାନ ମାନଙ୍କ ଶିକ୍ଷକ, ଛାତ୍ର ଛାତ୍ରୀ, ଗ୍ରାମର ଯୁବଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟକ୍ଷମାନେ ସାମିଲ ହୋଇ କମ୍ପାନୀ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ।

ଉଲ୍ଲେଖନୀୟ ଯେ ଚଳିତ ବର୍ଷ ଅତ୍ୟାବଧି ୧୨୦୦୦ ଚାରାଗଛ ଯଥା :- ଆମ୍ବ, ଲିଚୁ, ପିଜୁଳି, ଲେମ୍ବୁ, କାଜୁ, ପପିତକ୍ଷ ଏବଂ ସଜନା ଇତ୍ୟାଦି ଲାଞ୍ଜିବେର୍ଣ୍ଣକ୍ଷ ,ଖେରକ୍ଷମୂତକ୍ଷ, ସକ୍ଷଲିଆମେଟା, ସର୍ଗିଟୋଲୀ, ଜଲୋଡିହି, ବିହକ୍ଷବନ୍ଧ, ପେଲକାପଡା, ଅଲଣ୍ଡା, କୁକୁଡ଼ା, ଧଉରକ୍ଷଅଡା, ରୂମକ୍ଷବାହାଲ, ତୁରୀଟୋଲୀ, ଡୁଡ଼କକ୍ଷବାହାଲ ଇତ୍ୟାଦି ଗ୍ରାମରେ ଲଗାଯାଇଛି କ୍ଷ ବନମହୋତ୍ସବ ସମୟରେ ବିହକ୍ଷବନ୍ଧ ଶ୍ରମିକ ଉଚ୍ଚ ବିଦ୍ୟାଳୟ, କୁତ୍ରା ଉଚ୍ଚ ବିଦ୍ୟାଳୟ, କେଶ୍ରକ୍ଷମାଲ ବାଳିକା ଉଚ୍ଚ ବିଦ୍ୟାଳୟ, କିଚିଣ୍ଡା ଉଚ୍ଚ ବିଦ୍ୟାଳୟ ଏବଂ ବି.ଏସ.ଡବ୍ଲୁ କଲେଜ ଆଦିରେ ଚାରାରୋପଣ କରାଯାଇଥିଲା ।

ଧଉରକ୍ଷଅଡା (ଭୂୟାଁଟୋଲୀ) ଗ୍ରାମ ନିକଟରେ ଅବସ୍ଥିତ ଏକ ଲଣ୍ଡା ପାହାଡ଼କୁ ସବୁଜ ମଣ୍ଡିତ କରାଇବା ପାଇଁ ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ୧୦୦୦ ଚାରାରୋପଣ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସହିତ କମ୍ପାନୀର ମାନବ ସମ୍ବଳ ବିଭାଗର ମୁଖ୍ୟ ଡ୍ର.ବଳରାମ ପଣ୍ଡା, ଲାଞ୍ଜିବେର୍ଣ୍ଣକ୍ଷ ଖଣି ମହାପ୍ରବନ୍ଧକ ସୁବ୍ରତ ମିଶ୍ର, ପରିବେଶ ବିଭାଗର ଉପ ମହାପ୍ରବନ୍ଧକ ସୁରେଶ କୁମାର ମହାପାତ୍ର, ସିଏସଆର ବିଭାଗର ବରିଷ୍ଠ ପ୍ରବନ୍ଧକ ତପନ କୁମାର ନାୟକ ଏବଂ ସିକୁରିଟି ବିଭାଗର ରଶ୍ମିକାନ୍ତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଚାରକ୍ଷରୋପଣ କରିଥିଲେ । ଗ୍ରାମବାସୀମାନେ କମ୍ପାନୀର ଏହି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ ।

ଏଠାରେ ଉଲ୍ଲେଖନୀୟ ଯେ ବିଗତ ପାଞ୍ଚ ବର୍ଷ ମଧ୍ୟରେ କମ୍ପାନୀ କର୍ତ୍ତୃପକ୍ଷ ଲାଞ୍ଜିବେର୍ଣ୍ଣକ୍ଷ ଏବଂ ଏହାର ପାଶ୍ୱବର୍ତୀ ଗ୍ରାମ ଗୁଡିକରେ ୪୯୨୦୦ ଚାରକ୍ଷରୋପଣ କରି ଅଞ୍ଚଳରେସବୁଜ ବନକ୍ଷନି ସୃଷ୍ଟି କରିବାର ଏକ ସଫଳ ପ୍ରୟାସ ଜାରି ରଖିଛନ୍ତି । କମ୍ପାନୀ ସିଏସଆର ବିଭାଗର ଅଧିକାରୀମାନେ ସ୍ଥାନୀୟ ଉଦ୍ୟାନ ବିଭାଗ ସହାୟତାରେ ଜଙ୍ଗରଟୋଲୀ, ଲାଞ୍ଜିବେର୍ଣ୍ଣକ୍ଷ ଏବଂ କଟଙ୍ଗ ଗ୍ରାମରେ ୧୨ ଏକର ପରିମିତ ଜାଗାରେ ଆମ୍ବ ଏବଂ ଲିଚୁ ବଗିଚା ସୃଷ୍ଟି କରିଛନ୍ତି କ୍ଷ ଆଗାମୀ ଦିନରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି କମ୍ପନୀ କର୍ତ୍ତୃପକ୍ଷ ମତବ୍ୟକ୍ତ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *