କୋଲକାତାରୁ ଆସିବ ବିଜୁବାବୁଙ୍କ ଡାକୋଟା !

ଭୁବନେଶ୍ୱର: କୋଲକାତାରୁ ଆସିବ ବିଜୁବାବୁଙ୍କ ଡାକୋଟା । ଦୀର୍ଘ ୪ ବର୍ଷ ପରେ ଡିସି-୩ ଫେରିବା ଆଶା ଉଜ୍ଜୀବିତ ହୋଇଛି । ଇଣ୍ଡୋନେସିଆ ଓ ଭାରତ ସ୍ୱାଧୀନତା ସଂଗ୍ରାମର ଐତିହାସିକ ସ୍ୱାକ୍ଷର ବହନ କରେ ଏହି ଦୁର୍ଦ୍ଧଷ ବିମାନ ଡାକୋଟା । କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରର ଅଗମ୍ୟ କୋଣରେ ଜରାଜୀର୍ଣ୍ଣ ଅବସ୍ଥାରେ ଡାକୋଟା ପଡ଼ି ରହିଛି । ଏହି ଐତିହାସିକ ବିମାନକୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଆଣି ସେଠାରେ ସ୍ମାରକୀ ରୂପେ ସ୍ଥାପନ କରିବା ଲକ୍ଷ୍ୟ ରଖାଯାଇଛି । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ଆରପିଏଫ୍‌ ଅନୁମତି ପାଇଁ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କୁ ପ୍ରସ୍ତାବ ପଠାଯାଇଛି । ସର୍ତ୍ତାବଳୀ ଅନୁସାରେ ଅନୁମୋଦନ ପରେ ବିଧିବଦ୍ଧ ଟେଣ୍ଡର ଡକାଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *