ଆନ୍ଧ୍ରକୁ ଦାଦନ ଖଟିବାକୁ ଗଲେ, ଘରକୁ ଶବ ହୋଇ ଫେରିଲେ

ମାଲକାନଗିରି : ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ଘରକୁ ଶବ ହୋଇ ଫେରିଲେ ଶ୍ରମିକ । ତେବେ ଏପରି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ସଦର ଗ୍ରାମରେ ଘଟିଛି । ଆଜିକୁ ଦୀର୍ଘ ୧୨ ବର୍ଷ ପୂର୍ବେ ଏହି ଗ୍ରାମର ଉଆଳି ଅଧିକାରୀ(୬୦) ଆନ୍ଧ୍ରପ୍ରଦେଶର ବିଶାଖା ଜିଲ୍ଲାର ପେନ୍ଦରୁତି ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେ ଏକ ଠିକାଦାରଙ୍କ ନିକଟରେ ଶ୍ରମିକ ରୂପେ କାର୍ଯ୍ୟ କରି ନିଜ ଘରକୁ ଟଙ୍କା ପଠାଉଥିଲେ । ସେ ଗତ ୨୦ ତାରିଖରେ ମଧ୍ୟାହ୍ନ ଭୋଜନ ନିମନ୍ତେ ନିଜ କ୍ୟାମ୍ପକୁ ରେଳ ଧାରଣା ଦେଇ ଫେରିବା ସମୟରେ ହଠାତ୍ ତାଙ୍କୁ ପଛପଟୁ ଏକ ଟ୍ରେନ୍ ଧକ୍କା ଦେଇଥିଲା ।

ଫଳରେ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ତେବେ ମଧ୍ୟାହ୍ନ ଭୋଜନରେ ଉଆଳିଙ୍କର ବିଳମ୍ବ ହେବାରୁ ତାଙ୍କ ସହକର୍ମୀ ଖୋଜାଖୋଜି ଆରମ୍ଭ କରିଥିଲେ । ପରେ ରେଳ ଧାରଣା କଡ଼ରୁ ତାଙ୍କ ରକ୍ତ ଜୁଡୁବୁଡୁ ଶରୀର ପଡି ରହିଥିବା ଦେଖିଥିଲେ । ତେବେ ଦୀର୍ଘ ୭ ଘଣ୍ଟା ପରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ଏପଟେ ଗ୍ରାମବାସୀ ଏବଂ ନିଜ ପରିବାରରେ ଶୋକର ଛାୟା ଖେଳିଯାଇଛି । ତେବେ ଉଆଳି ଙ୍କ ମୃତ ଶରୀର କୁ ନିଜ ଗ୍ରାମ କୁ ଆଣିବା ନିମନ୍ତେ ଆର୍ôଥକ ସମ୍ବଳ ନଥିବାରୁ ପରିବାର ଲୋକେ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ନିକଟରେ ପହଞ୍ଚିଥିଲେ । ଏହି ଖବର ଶୁଣିବା ପରେ ଏସଡିପିଓ ଦ୍ୱିବେଦୀ ତୁରନ୍ତ ସେହି ବିଶାଖା ଜିଲ୍ଲାର ଏସ୍‌ପିଙ୍କ ସହ ଯୋଗାଯୋଗ କରି ଉଆଳି ଙ୍କ ମୃତ ଶରୀର କିପରି ନିଜ ଗ୍ରାମରେ ପହଞ୍ଚିବା ସହ ଠିକାଦାରଙ୍କ ସହ ଯୋଗାଯୋଗ କରି ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଇଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ମଙ୍ଗଳବାର ମଧ୍ୟରାତ୍ରରେ ଆସି ଉଆଳି ଙ୍କ ମୃତ ଶରୀର ନିଜ ବାସଭବନରେ ପହଞ୍ଚିବା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତେବେ ଚିତ୍ରକୋଣ୍ଡା ଏସ୍‌ଡିପିଓଙ୍କର ଏଭଳି ବଦାନ୍ୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *