ମେ’ ୧୭ ସୁଦ୍ଧା ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହେବ ତଉକତେ, କେରଳ ଠାରୁ ଗୁଜୁରାଟ ପର୍ଯ୍ୟନ୍ତ ବର୍ଷିବ

ନୂଆଦିଲ୍ଲୀ :  ଆରବ ସାଗରରେ ଗତ କାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଏକ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଏହା ଆସନ୍ତା କାଲି ଅର୍ଥାତ୍ ମେ ୧୫ ତାରିଖରେ ଏକ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ କୁହାଯ଼ାଇଛି ।  ଆଇଏମଡି ବୁଲେଟିନରେ କୁହାଯ଼ାଇଛି ଯ଼େ ୧୫ ତାରିଖ ରାତି କିମ୍ବା ୧୬ ତାରିଖ ସକାଳ ବେଳକୁ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୟଙ୍କର ବାତ୍ୟା ଓ ୧୭ ତାରିଖ ବେଳକୁ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ଓ କେତେକ ସମୟରେ ଏହା ୧୭୫ କିଲୋମିଟର ଟପିପାରେ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯ଼ାଇଛି । ଏହି ବାତ୍ୟା ପ୍ରଭାବରେ କେରଳ, କର୍ଣ୍ଣାଟକ, ଗୋଆ, ଲକ୍ଷଦ୍ବୀପ, ମହାରାଷ୍ଟ୍ର ଓ ଗୁଜୁରାଟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯ଼ିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯ଼ାଇଛି । ସୂଚନାଯ଼ୋଗ୍ୟ ଯ଼େ, ମିଆଁମାର ପକ୍ଷରୁ ଏହି ସମ୍ଭାବ୍ୟ ବାତ୍ୟାର ନାମ ତଉକତେ ରଖାଯ଼ାଇଛି।  

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *