ଓଡ଼ିଶା ମୁହାଁ ‘ୟଶ୍’

ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ‘ୟଶ୍’ ଓଡିଶା ମୁହାଁ ହୋଇଛି । ଏହା ମେ ୨୬ ତାରିଖରେ ଲ୍ୟାଣ୍ଡଫଲ୍ କରିବାକୁ ଥିବା ବେଳେ ଏହାର ପ୍ରଭାବ ରାଜ୍ୟ ଉପରେ କିପରି ରହିବ ତାକୁ ନେଇ ଏବେ ଆଶା ଆଶଙ୍କାରେ ରାଜ୍ୟ ସରକାର । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟ କରିବା ପରଠାରୁ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଏସଆରସିଙ୍କ ପକ୍ଷରୁ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲର୍ଟ ଜାରି କରାଯାଇଛି ।

ଏସଆରସିଙ୍କ ପକ୍ଷରୁ ଆଜି ଏକ ପ୍ରେସ ବିବୃତ୍ତି ଜାରି କରାଯାଇଛି । ସେଥିରେ ସେ କହିଛନ୍ତି ଯେ, ଆସନ୍ତାକାଲି ଆଇଏମଡିଙ୍କ ଆକଳନ ଅନୁସାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୨୩ ତାରିଖରେ ତାହା ଡିପ୍ରେସନ୍ ଏବଂ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ଏଥିସହିତ ୨୬ ତାରିଖ ସକାଳେ ଓଡିଶା, ବଙ୍ଗ ଉପକୂଳ ନିକଟରେ ବାତ୍ୟା ଆକାରରେ ପହଞ୍ଚିବ । ତେଣୁ ଏବେ ଠାରୁ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଆଉ ଯେଉଁ ମାନେ ସମୁଦ୍ରରେ ଅଛନ୍ତି ସେମାନେ ଫେରି ଆସିବେ । ଆଜି ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଏବଂ ଏନଡିଏମଏ ଙ୍କ ସହ ମିଟିଂ ହୋଇଛି ।

ସେହିପରି ପ୍ରାକ୍ ଆକଳନ ଅନୁସାରେ ଉତ୍ତର ଓଡିଶା ସୁନ୍ଦରବନ ମଧ୍ୟରେ ସ୍ଥଳ ଛୁଇଁବ । ତେବେ ଏହାର ଗତି, ବେଗ ଏବଂ ତୀବ୍ରତା କେତେ ରହିବ ତାହା ଆଇଏମଡି ପକ୍ଷର ସ୍ପଷ୍ଟ କରାଯାଇ ନାହିଁ । ବର୍ତ୍ତମାନ ଅତ୍ୟଧିକ ବନ୍ୟାଞ୍ଚଳ ମାନଙ୍କୁ ଓଡ୍ରାଫ୍, ଅଗ୍ନିଶମ ଏବଂ ଏନଡିଆରଏଫ୍ ଟିମ୍ କୁ ପଠାଯାଉଛି । ଗୁଜୁରାଟ ଯାଇଥିବା ଏନଡିଆରଏଫର ୫ଟି ଟିମ୍ ଆଜି ଫେରି ଆସିବେ । ଏଥିସହିତ ସହରମାନଙ୍କରେ ଲାଗିଥିବା ହାଇମାଷ୍ଟ ଲାଇଟ୍ କୁ ଖୋଲିଦିଆଯିବ ଏବଂ ଜନପଥ କଡରେ ଲାଗିଥିବା ବଡ ବଡ ହୋଡିଂ ଆଦିକୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

 

 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *