ଆଣ୍ଡାମାନ ସାଗରରେ ବଢୁଛି ବାତ୍ୟା ଆଶଙ୍କା, ୨୯ରେ ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ୱର : ଡର ବଢାଇଲା ୨୯ ଲଘୁଚାପ। ଏଡାଇ ହେବନି ଆଣ୍ଡାମାନ ସାଗରରେ ବାତ୍ୟା ଆଶଙ୍କା । ଆସନ୍ତା ସପ୍ତାହ ଅର୍ଥାତ ୨୯ରେ ଆଣ୍ଡାମାନ ସାଗରରେ ଲଘୁଚାପ ହେବ । ସମ୍ଭାବ୍ୟ ଲଗୁଚାପ ସ୍ଥଳ ଭାଗ ଅତିକ୍ରମ କରିବା ପୂର୍ବରୁ ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନେବ । ଏହା ଓଡ଼ିଶାରୁ ବାଂଲାଦେଶ ମଧ୍ୟରେ ଯେ କୌଣସି ସ୍ଥାନରେ ସ୍ଥଳଭାଗ ଅତିକ୍ରମ କରିପାରେ । ଏଭଳି ପୂର୍ବାନୁମାନ କରିଛନ୍ତି ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁ ଓ୍ଵଦର ବିଜ୍ଞାନୀ ଜାସନ୍‌ ନିକୋଲସ । ପ୍ରଭାବରେ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, କେରଳ ଓ କର୍ଣ୍ଣାଟକ, ଶ୍ରାଲଙ୍କାରେ ପ୍ରବଳ ବର୍ଷା ସହ ବନ୍ୟାର ସମ୍ଭାବନା ରହିଛି । ତେବେ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଆଇଏମଡି ରିପୋର୍ଟ ଅନୁସାରେ ଲଘୁଚାପ ଅବପାତର ଆକାର ନେଇ ଆହୁରୀ ଘନିଭୂତ ହେବ ବୋଲି ପୂର୍ବାନୁମାନ କରିଛି । ଲଘୁଚାପ ସୃଷ୍ଟି ପରେ ହିଁ ସମୂର୍ଣ୍ଣ ସ୍ଥିତି ସ୍ୱଷ୍ଟ ହେବ ବୋଲି ଆଇଏମଡି କହିଛି । ତେବେ ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ୨-୩ ତାରିଖରୁ ବର୍ଷା ପରିମାଣ ବୃଦ୍ଧି ହେବ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *