ବାତ୍ୟା ସମ୍ପୂର୍ଣ୍ଣ ନ ସରିବା ଯାଏଁ ବାହାରକୁ ବାହାନ୍ତୁ ନାହିଁ : ଏସଆରସି

ଭୁବନେଶ୍ୱର : ବାତ୍ୟା ‘ୟଶ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ବାଲେଶ୍ୱର, ଭଦ୍ରକ, ଜଗତସିଂପୁର ଏବଂ କେନ୍ଦ୍ରପଡାରେ ଅନେକ କ୍ଷୟକ୍ଷତି ଘଟାଇବାରେ ଏବେ ମୟୁରଗଞ୍ଜ ମୁହାଁ ହୋଇଛି ୟଶ୍ । ତେଣୁ ସମ୍ପୂର୍ଣ୍ଣ ଭାବରେ ବାତ୍ୟା ଓଡିଶା ନ ଛାଡିବା ପର୍ଯ୍ୟନ୍ତ ସଜାଗ ରହିବାକୁ ଏସଆରସି ପ୍ରଦୀପ ଜେନା କହିଛନ୍ତି । ତେବେ ବାତ୍ୟା ୟଶ୍ ରେମୁଣା-ବାହାନଗା ମଧ୍ୟରେ ବାତ୍ୟା ‘ୟଶର୍୍ ଲ୍ୟାଣ୍ଡଫଲ୍ କରିବା ପରେ ଏହା ଦିନ ୧ଟା ଜାରି ରହିଥିଲା । ବର୍ତ୍ତମାନ ଏହା ଶେଷ ହୋଇଯାଇଛି । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୩୦ରୁ ୧୪୦ ରହିଥିଲା । ବାତ୍ୟା ଲ୍ୟାଣ୍ଡଫଲ୍ ସମୟରେ ଦ୍ବିତୀୟ ପର୍ୟ୍ୟାୟରେ ଯେଉଁ ପବନ ବହିବ ତାହା ବେଶୀ ଭୟଙ୍କର ହେବ ବୋଲି ଏସଆରସି ପ୍ରଦୀପ ଜେନା ସତର୍କ କରାଇଛନ୍ତି । ତେଣୁ ବାଲେଶ୍ବର ଓ ଭଦ୍ରକରବାସୀଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ବାତ୍ୟା ଲ୍ୟାଣ୍ଡଫଲ୍ ବେଳେ ଗୋଟିଏ ପର୍ୟ୍ୟାୟ ପବନରେ ଶେଷ ହୁଏନାହିଁ । ପ୍ରଥମ ପର୍ୟ୍ୟାୟରେ ପବନ ବହିବା ପରେ ବେଗ ଅଳ୍ପ ସ୍ଥିର ହୋଇଯାଇପାରେ । ଦ୍ବିତୀୟ ପର୍ୟ୍ୟାୟରେ ଯେଉଁ ପବନ ବହିବ ତାହା ଅତି ଭୟଙ୍କର ହୋଇପାରେ । ତେଣୁ ଏହି ସମୟରେ ବାତ୍ୟା ସରିଗଲା ଭାବି କେହି ବାହାରକୁ ବାହାରନ୍ତୁ ନାହିଁ ବୋଲି ଏସଆରସି ସତର୍କ କରାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *