ସାଇବର ଠକଙ୍କ ନିଶାନାରେ ସୁନ୍ଦରୀ….

ଭୁବନେଶ୍ବର :   ମାତିଛନ୍ତି ସାଇବର ଠକ । ସୁନ୍ଦରୀଙ୍କୁ ଟ୍ରାପ୍‌ କରୁଛନ୍ତି । ସାହାଯ୍ୟ କରିବା ଆଳରେ ଯୁବତୀଙ୍କୁ ଫସାଉଛନ୍ତି ଠକ । ଏଣୁତେଣୁ ଗପୁଛନ୍ତି । ମିଠା ମିଠା କଥା କହୁଛନ୍ତି । ପରେ ବ୍ଲାକ୍‌ମେଲିଂ । ନୂଆ ଉପାୟରେ ଠକ ବିଛାଉଛନ୍ତି ଜାଲ । ଭୁବନେଶ୍ୱରରେ ଜଣେ ଯୁବତୀ ଏଭଳି ଠକେଇର ଶିକାର ହେଉ ହେଉ ବର୍ତ୍ତି ଯାଇଛନ୍ତି । ସାଇବର୍‌ ହେଲ୍‌ପ ଡେକ୍ସକୁ ଯୋଗାଯୋଗ କରିବା ପରେ ଠକ ପଞ୍ଝାରୁ ଖସିପାରିଲେ । ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଅଜଣା ନମ୍ବରରୁ ଫୋନ୍‌ କରି ଯୁବତୀଙ୍କ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲା । ଯିଏ ଡରିଲା ତାଠୁ ନେଇ ଯାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଶୁଣନ୍ତୁ ଯୁବତୀଙ୍କୁ କିଭଳି ମାୟାଜାଲରେ ଫସାଉଥିଲା ଠକ । ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଯୁବତୀ ନିଜକୁ ସାଇବର ଠକ କବଳରୁ ବଞ୍ଚାଇ ପାରିଲେ । ଯଦି କୌଣସି ଅଜଣା ନମ୍ବରରୁ ଏମିତି କାହାକୁ ଫୋନ୍‌ କଲ୍‌ ଆସୁଛି ନଡରି ସାଇବର ହେଲ୍‌ପ ଡେସ୍କରେ ଅଭିଯୋଗ ପାଇଁ କହିଛନ୍ତି ଭୁବନେଶ୍ୱର ଡିସିପି । ଅଭିଯୋଗକାରୀଙ୍କ ପରିଚୟ ଗୋପନ ରଖାଯିବ । ସୋସିଆଲ୍‌ ମିଡିଆରେ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁ ବାନ୍ଧୁଥିଲେ ସାବଧାନ ହୋଇଯାଅନ୍ତୁ । ନହେଲେ ଆପଣ ବି ଠକାମୀର ଶିକାର ହୋଇପାରନ୍ତି ।ସାଇବର ଅପରାଧକୁ ରୋକିବା ପାଇଁ ପୋଲିସ ନୂଆ ଟେକନିକ୍‌ର ବ୍ୟବହାର କରୁଛି । ତଥାପି ଠକମାନେ ଲୁଟ୍‌ ପାଇଁ ନୂଆ ପନ୍ଥା ଆପଣାଉଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *