କୋଭିଡ ଶବଦାହ କରୁଥିବା କର୍ମଚାରୀଙ୍କୁ ଆକ୍ରମଣ

କଟକ: ମହଙ୍ଗା ପଡ଼ିଲା ଦବଙ୍ଗଗିରି । ଗିରଫ ହେଲେ ସମାଜସେବୀ ଓ ତାଙ୍କ ସହଯୋଗୀ । ଗତ ବୁଧବାର କଟକ କାଳିଆ ବୋଦା ଶ୍ମଶାନରେ କୋଭିଡ ଶବଦାହ କରୁଥିବା କର୍ମଚାରୀଙ୍କୁ ସମାଜସେବୀ ବିଭୁତି ରାୟ ହଠାତ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏନେଇ ଶବ ସତ୍କାର କରୁଥିବା ଲୋକେ ପୋଲିସ ନିକଟରେ ଅଭିଯୋଗ କରିବାକୁ ଯାଇଥିଲେ । ହେଲେ ଥାନା ବାହାରେ ଛକିଥିବା ସମାଜସେବୀଙ୍କ ସହଯୋଗୀ ପୁଣି ସେମାନଙ୍କୁ ଆକ୍ରମଣ କରିଥିଲେ । ଏନେଇ ଚଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି ଶ୍ମଶାନର ପରିଚାଳକ ବିଶ୍ୱ ବିଜେତା ପାତ୍ର । ଘଟଣାର ତଦନ୍ତ କରି ବିଭୁତି ଓ ତା’ର ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ମାମଲାରେ ଆଉ ଯେଉଁମାନେ ବି ସମ୍ପୃକ୍ତ ଥିବେ ସେମାନଙ୍କୁ ବି ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଚାଉଳିଆଗଞ୍ଜ ଥାନା ଅଧିକାରୀ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *