ମୂର୍ତ୍ତିର ଉଚ୍ଚତା ସହ ପୂଜାର ସମ୍ପର୍କ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ: ହାଇକୋର୍ଟରେ ଦୁର୍ଗା ପୂଜା ମୂର୍ତ୍ତି ଉଚ୍ଚତା ପ୍ରସଂଗ ।  ବାଲୁ ବଜାର ପୂଜା କମିଟି ଆବେଦନ ଖାରଜ । ବାଲୁ ବଜାର ପୂଜା କମିଟି ପକ୍ଷରୁ ଆଗତ ଆବେଦନକୁ ହାଇକୋର୍ଟ ଖାରଜ କଲେ । ମୂର୍ତ୍ତିର ଉଚ୍ଚତା ସହ ପୂଜାର ସମ୍ପର୍କ ନାହିଁ । ଗତକାଲି ମାମଲାର ଶୁଣାଣି କରି ରାୟକୁ ସଂରକ୍ଷଣ କରିଥିଲେ ହାଇକୋର୍ଟ ।

କରୋନା କାଳରେ ସରକାର ଭାବିଚିନ୍ତି ନିଷ୍ପତ୍ତି ନେଇଛନ୍ତି । କେବଳ ଗୋଟିଏ ପୂଜା ମଣ୍ଡପକୁ ଅନୁମତି ଦେଇ ହେବନାହିଁ ବୋଲି ହାଇକୋର୍ଟ ନିଷ୍ପତ୍ତିରେ ଦର୍ଶାଇଛନ୍ତି । ଗତବର୍ଷ ଏକ ମାସ ଆଗରୁ ମୂର୍ତ୍ତି ନିର୍ମାଣ ହୋଇସାରିଥିଲା । ତେଣୁ ୯ ପୂଜା ମଣ୍ଡପରେ ମୂର୍ତ୍ତି ବଡ଼ କରିବା ଲାଗି ଅନୁମତି ଦିଆଯାଇଥିଲା । ଚଳିତ ବର୍ଷ ସେଭଳି ଅବସ୍ଥା ନାହିଁ ବୋଲି ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଛି ।

ବାଲୁ ବଜାର ପୂଜା କମିଟି ପକ୍ଷରୁ ଏସଆରସିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମାମଲା ଦାୟର ହୋଇଥିଲା ଏବଂ ପୂର୍ବବତ୍ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଥିଲା । ବାଲୁ ବଜାର ପୂଜା କମିଟି ତରଫରୁ ଦାୟର ହୋଇଥିବା ପିଟିସନରେ ଗତ ଅଗଷ୍ଟ ୯ ତାରିଖରେ ଏସଆରସି ଜାରି କରିଥିବା ବିଜ୍ଞପ୍ତିର କ୍ଲଜ୍ ୪କୁ ମୁଖ୍ୟତଃ ଚ୍ୟାଲେଞ୍ଜ କରାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *