ହୀରାକୁଦକୁ ଉପରମୁଣ୍ଡରୁ ପାଣି ଆସିବା କମିଛି : ମହାନଦୀରେ ନାହିଁ ବନ୍ୟା ଆଶଙ୍କା

ଭୁବନେଶ୍ୱର: ଆସନ୍ତାକାଲି ସକାଳେ ମୁଣ୍ଡଳୀ ଦେଇ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ । ଏବେ ହୀରାକୁଦକୁ ଉପରମୁଣ୍ଡରୁ ଇନ-ଫ୍ଲୋ କମିଛି । ଗତକାଲି ସୁଦ୍ଧା ହୀରାକୁଦକୁ ୫ଲକ୍ଷ ୫୦ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା । ଏବେ ତାହା ହ୍ରାସ ପାଇଂ ୪ଲକ୍ଷ ୭୦ହଜାର କ୍ୟୁସେକରେ ପହ଼୍ଚିଛି । ମୁଣ୍ଡଳି ଦେଇ ୭ଲକ୍ଷ ୫୦ହଜାରରୁ ୮ଲକ୍ଷ କ୍ୟୁସେକ ମଧ୍ୟରେ ଜଳ ପ୍ରବାହିତ ହେବ । ଏହାଦ୍ୱାରା ମହାନଦୀ ଅବବାହିକାରେ ବିଶେଷ ସମସ୍ୟା ସୃଷ୍ଟି ହେବନି । ମହାନଦୀରେ ନାହିଁ ବନ୍ୟା ଆଶଙ୍କା । ବୈତରଣୀ, ବୁଡାବଳଙ୍ଗ ଓ ଜଳକାର ଜଳସ୍ତର କମିବା ଆରମ୍ଭ ହୋଇଛି । ତେବେ ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳସ୍ତର ବଢୁଛି । ଘଣ୍ଟାକୁ ୪ସେଣ୍ଟିମିଟର ହାରରେ ସୁବର୍ଣ୍ଣରେଖାର ଜଳସ୍ତର ବଢୁଛି । ଆଜି ରାତି ୧୦ରୁ ୧୨ଟା ମଧ୍ୟରେ ସର୍ବାଧିକ ଜଳସ୍ତର ବୃଦ୍ଧି ପାଇବ । ଏହାଦ୍ୱାରା ବାଲେଶ୍ୱର ଭୋଗରାଇ, ବାଲିଆପାଳ ଆଦି ତଳି ଅଞ୍ଚଳରେ ସାମାନ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ଏନେଇ ଜିଲ୍ଲା ପ୍ରଶାସନକୁ ଆଲର୍ଟ କରାଯାଇଛି । ବ୍ରାହ୍ମଣୀର ଜଳସ୍ତର ମଧ୍ୟ କମିବା ଆରମ୍ଭ ହୋଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *