ଚାରିଫୁଟିଆ ମୁର୍ତ୍ତି ବିବାଦ : ଲଘୁଚାପରେ ଲୁଚିଗଲା କଟକ ବନ୍ଦ

କଟକ:  ଶାରଦୀୟ ପୂଜାରେ ମୂର୍ତ୍ତି ଉଚ୍ଚତା ବଢ଼ାଇବା ଏବଂ ମୂର୍ତ୍ତି ଉପରୁ ପରଦା ହଟାଇ ଭକ୍ତଙ୍କୁ ଦର୍ଶନ କରାଇବା ଦାବିରେ ଲଘୁଚାପ ଜନିତ ପ୍ରବଳ ବର୍ଷା ସତ୍ତ୍ୱେ ଆଜି କଟକ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି ବିଜେପି କଟକ ନଗର ଶାଖା ଦାବି କରିଛି । ଲଗୁଚାପ ଜନିତ ଅବିଶ୍ରାନ୍ତ ବର୍ଷାରେ ଦଳ ପକ୍ଷରୁ ବନ୍ଦ ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ପିକେଟିଂ କରାଯାଇଥିଲା ବେଳେ ଶତାଧିକ ଆନ୍ଦୋଳନକାରୀ ଗିରଫ ହୋଇଛନ୍ତି । ଦଳ ପକ୍ଷରୁ ଅନୁରୋଧ ଏବଂ ପ୍ରଶାସନ ନିଷ୍ପତ୍ତି ଉପରେ କଟକର ଅଧିକାଂଶ ଲୋକ କ୍ଷୁବ୍ଧ ଥିବାରୁ କଟକବାସୀ ଏହି ୧୨ ଘଣ୍ଟିଆ କଟକ ବନ୍ଦ ଡାକରାକୁ ସମର୍ଥନ ଦେଇଥିଲା ଭଳି ଅନୁଭୁତ ହୋଇଥିଲା । ସହରରେ ବାଣିଜ୍ୟ କାରବାର, ସ୍କୁଲ କଲେଜ,ଓ ବେସରକାରୀ ଅନୁଷ୍ଠାନ ପ୍ରାୟତଃ ବନ୍ଦ ରହିଥିଲା । ଗାଡି ମଟର ଚଳାଚଳଏକ ପ୍ରକାର ଠପ୍ ହୋଇଯାଇଥିଲା ବେଳେ ସହରରେ ଦୋକାନ ବଜାର ମଧ୍ୟ ବନ୍ଦ ବନ୍ଦ ଥିବାର ଦେଖିବାକୁ ମିଳିଥିଲା । ତେବେ ଆଜି ସକାଳୁ କଟକରେ ତୁହାକୁ ତୁହା ବର୍ଷା ଲାଗି ରହିଥିଲା । ବିଭିନ୍ନ ସ୍ଥାନରେ ବର୍ଷାଜଳ ଲହଡ଼ି ମାରୁଥିଲା ବେଳେ ଅନେକ ଗଳି ରାସ୍ତାରେ ପାଣିର ଲହଡି ଚାଲିଥିଲା । ଏଥିପାଇଁ ବହୁଲୋକ ଘରୁ ବାହାରି ପାରି ନଥିଲେ । ଏ ଦୃଷ୍ଟିରୁ ଏହି କଟକ ବନ୍ଦ ପ୍ରତି ସହରବାସୀଙ୍କ କେତେ ସମର୍ଥନ ରହିଛି ତାହା ସହଜେ ଆକଳନ କରିବା ସମ୍ଭବ ହୋଇପାରିନାହିଁ । ଅର୍ଥାତ୍ ଲଘୁଚାପର ବର୍ଷା ମଧ୍ୟରେ କଟକ ବନ୍ଦ ଏକ ପ୍ରକାର ଲୁଚିଗଲା ଭଳି ଅନୁଭୂତ ହୋଇଛି ।

ବିଜେପିର ଡାକରାରେ ବାଦାମବାଡ଼ି,ଜିଲ୍ଲାପାଳ ଅଫିସ, ଝୋଲାସାହି, ଚୌଧୁରୀ ବଜ଼ାର,ସିଡ଼ିଏ,ବିଡାନାସି,ବକ୍ସି ବଜ଼ାର,ବିଜୁ ପଟ୍ଟନାୟକ ଛକ,ଚଣ୍ଡୀ ଛକ,ନୟାସଡ଼କ ଆଦି ବିଭିନ୍ନ ସ୍ଥାନରେ କର୍ମୀମାନେ ପିକେଟିଂ କରିଥିଲା ବେଳେ ଶତାଧିକ ଗିରଫ ହୋଇଥିଲେ । ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଅନୁଷ୍ଟିତ ଏହି ପିକେଟିଂରେ ସିକନ୍ଦର ଅଲ୍ଲି,ଲକ୍ଷ୍ମୀଧର ପ୍ରଧାନ,ରଶ୍ମିରେଖା ଦାସ,ବିଶ୍ୱରଞ୍ଜନ ମିଶ୍ର,ଦେବାଶିଷ ରାୟ,ସବ୍ୟସାଚୀ ମହାପାତ୍ର,ହରପ୍ରସନ୍ନ ଦାଶ,ଦେବାନନ୍ଦ ସିଂ,ଲଲାଟେନ୍ଦୁ ଦାସ, ପୁଷ୍ପିତା ମହାପାତ୍ର, ସୁରେଶ ମହାନ୍ତି,ଗୀତା ଦାସ,ସ୍ମୃତି ପଟ୍ଟନାୟକ, ସୁବାଷ ମହାନ୍ତି,କୃଷ୍ଣ ଚନ୍ଦ୍ର ମହାପାତ୍ର, ଜୟକୃଷ୍ଣ ସ୍ୱାଇଁ, ମହମ୍ମଦ ସବିର,ଦେବାଶିଷ ଘୋଷ,ସଦାନନ୍ଦ ବିଶ୍ୱାଳ,ଜ୍ୟୋତିରଞ୍ଜନ ପଲେଇ,ନରେଶ ଭରାଲାବାଲା,ନମିତା ମିଶ୍ର,ଶିବେଶ ମିଶ୍ର,ମାନସ ରଞ୍ଜନଓଝା,ଗଗନ ଓଝା,ସୁଧୀର ଶତପଥୀ,ସୂର୍ଯ୍ୟନାରାୟଣ ବେହେରା,ପୂର୍ଣ୍ଣ ଭଞ୍ଜ,ଯୋଗେନ୍ଦ୍ର ବେହେରା,ଉଷା ପାତ୍ର,ସୁମିତ୍ରା ସ୍ୱାଇଁ,ମହମ୍ମଦ ମୁସ୍ତାକିଂମ, ଅବଦୁଲ ମୋକିତ,ଶ୍ରୀନିବାସ ରେଡ୍ଡୀ,ନାଇମ ଖାଁ,ଅରିଜିତ ଶାହା, ଜି କମାଲ,ସରୋଜ ସାହୁ,ସଂଜୀବ ରଣା,ବାପୁଜି କର,ସନ୍ତୋଷ ପାତ୍ର,ସେକ ନସିମ, ଅବିନାଶ ମହାରଣା,ରାଜ କାହାଳୀ,ଡାନିସ ମହମ୍ମଦ, ମହମ୍ମଦ ଆରିଫ,ରହିମ ଅହମ୍ମଦ, ସୌରଭ ମହାପାତ୍ର,ନିରଞ୍ଜନ ସାହୁ,ପ୍ରଶାନ୍ତ ଦାସ,ଦେବାଶିଷ ସାମନ୍ତରାୟ,ଆଦିତ୍ୟ ନାରାୟଣ ଦାସ,ମନୋରମା ଦାସ,ବଟ ମାହାର,ସତ୍ୟଜିତ ମହଲା,ଶ୍ରୀକାନ୍ତ ବେହେରା,ରାଜେଶ ଜେନା,ସୁଶୀଲ ନାଏକ,୍ୱିଶାଲ ମୁଖୀ,ସୁମିତ୍ରା ସେନାପତି, ସାଗରିକା ମୁଦୁଲି ଆଦି ପ୍ରମୁଖ ନେତା ପିକେଟିଂ କରି ଗିରଫ ହୋଇଥିଲେ । ତେବେ ପରବର୍ତ୍ତି କାଳରେ ଗିରଫମାନଙ୍କୁ ଛାଡି ଦିଆଯାଇଥିବା ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *