ଏଞ୍ଜେଲସ ସ୍ବେଚ୍ଛାସେବୀ ସଂଗଠନର ଅଭିନବ ପ୍ରୟାସ

କଟକ : ବର୍ତ୍ତମାନ କରୋନା ମହାମାରୀ ପରିସ୍ଥିତିରେ ଜିଲ୍ଲାରେ କିନ୍ନରମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଏଞ୍ଜେଲସ ସ୍ବେଚ୍ଛାସେବୀ ସଂଗଠନ। ଆଜି ଏହିପରି ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି,କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ। ଜିଲ୍ଲା ସାମଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ମିଶ୍ରଙ୍କ ଉଦ୍ୟମରେ ସ୍ଥାନୀୟ ଏଞ୍ଜେଲସ ସ୍ବେଚ୍ଛାସେବୀ ସଂଗଠନଙ୍କ ଦ୍ୱାରା ପାଖାପାଖି ୮୦ ଜଣ କିନ୍ନର ମାନଙ୍କୁ ସ୍ଥାନୀୟ କଲେଜଛକ ନିକଟସ୍ଥ ଗୁଜୁରାଟୀ ବିଦ୍ୟାଳୟ ପରିସରରେ ରିଲିଫ ସାମଗ୍ରୀ ବଣ୍ଟା ଯାଇଥିଲା। ଉଭୟ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମିଶ୍ର ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅଶୋକ କୁମାର ଷଢଙ୍ଗୀ ଏହି ରିଲିଫ ବଣ୍ଟନ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ। ଏଞ୍ଜେଲସ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ରିଲିଫ ସାମଗ୍ରୀ ବଣ୍ଟନରେ ସମସ୍ତ ସହାୟତା କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *